ବାଲିକୁଦା,(ବି.ବି.ନୁ୍ୟଜ୍): ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶତାୟୁ ପୁରୁଷ ତଥା ଗାନ୍ଧିବାଦୀ ନେତା ବିଶ୍ୱନାଥ ଦାସ ହେଉଛନ୍ତି ବାଲିକୁଦାର ଆଦର୍ଶ । ଆଜି ଅଗଷ୍ଟକ୍ରାନ୍ତି ଦିବସ ଅବସରରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ କରିବା ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକଥା କହିଛନ୍ତି । କୋଭିଡ଼ ୧୯ ପାଇଁ ଉତ୍ସବକୁ ନିରାଡମ୍ୱରେ ପାଳନ କରାଯାଇଥିଲା । ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଦେ୍ର୍ଧଶ ମୁତାବକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ବିଜେଡି ନେତା ପ୍ରକାଶ ବସ୍ତିଆ ପ୍ରମୁଖ ଶ୍ରୀ ଦାସଙ୍କ ଭଗବାନ ସିଣ୍ଡୋଳସ୍ଥିତ ବାସ ଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ଶୁଭେଚ୍ଛା ବାର୍ତ୍ତା ବା ମାନପତ୍ର, ଫଳକ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରି ତାଙ୍କ ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।
ପୂର୍ବ ଘୋଷଣା ଅନୁଯାୟୀ ଆଜି ଅଗଷ୍ଟ ୯ କ୍ରାନ୍ତି ଦିବସରେ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିକୁଦା ବିଡିଓ ଡା. କଲ୍ୟାଣ ସୌରଭ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନିରଞ୍ଜନ ପଟ୍ଟନାୟକ, କିରାଣି ଦିବାକର ପାତ୍ର, ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବାରିକଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ବିଶ୍ୱନାଥଙ୍କ ପାଇଁ ବାଲିକୁଦା ମାଟି ପାଣି ପବନ ଆଜି ନିଜକୁ ଗୌରାବାନ୍ୱିତ ମନେ କରିବା ସହିତ ବାଲିକୁଦା ଇତିହାସ ତାଙ୍କୁ ସର୍ବଦା ମନେ ରଖିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ମୁଦୁଲି କହିଥିଲେ । ଏହି ଅବସରରେ ଅରିଲୋ ପଞ୍ଚାୟତ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରିବାକୁ ଯାଇ ଏହି ବିଶିଷ୍ଟ ଗାନ୍ଧି ଆଦର୍ଶବାଦୀ ବ୍ୟକ୍ତିଙ୍କ ପାଇଁ ଅରିଲୋ ପଞ୍ଚାୟତ କାହିଁକି ସାରା ବାଲିକୁଦା ନୂତନ ପରିଚୟ ପାଇପାରିଛି ବୋଲି ସରପଞ୍ଚ ଶ୍ରୀମତୀ ବାରିକ କହିଥିଲେ । ବିଶ୍ୱନାଥଙ୍କ ନୀତି ଓ ଆଦର୍ଶର ପୂଜାରୀ ଥିଲେ ବୋଲି ଶିକ୍ଷାବିତ ନିରଞ୍ଜନ ପଣ୍ଡା କହି ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଶ୍ରୀ ଦାସ ଆମ ଅଞ୍ଚଳରେ ଯାହା କିଛି କରିଛନ୍ତି ତାହା ଅବିସ୍ମରଣୀୟ ବୋଲି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ଅଲେଖ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଜଗତସିଂହପୁର ଜିଲ୍ଲା ଗାନ୍ଧି ୧୫୦ କମିଟି ଉପଦେଷ୍ଟା ବିପ୍ଳବ ଚୌଧୁରୀ ଯୋଗଦେଇ ଶ୍ରୀ ଦାସ ବହୁଗୁଣ ପ୍ରତିଭାର ଅଧିକାରୀ ବୋଲି ବିବେଚନା କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଏଥିରେ କମିଟିର ସଭାପତି ବଂଶୀଧର ନାୟକ, ଆବାହକ ଉକ୍ରଳରଞ୍ଜନ ମହାନ୍ତି, ଅନ୍ୟତମ ଉପଦେଷ୍ଟା ଗୌରାଙ୍ଗ ଚରଣ ହୋତା, ସଦସ୍ୟ ଦ୍ୱାରିକା ମହାପାତ୍ର, ରମାରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାୟାଧର ଚୌଧୁରୀ, ପ୍ରହଲ୍ଲାଦ ରାୟ, କୃଷ୍ଣଦାସପୁର ସମିତିସଭ୍ୟ ବାବାଜି ଦାସ, ସାମ୍ୱାଦିକ ରବିନ୍ଦ୍ର ଦାସ, ପରେଶ ଦାସ, କୃଷ୍ଣଦାସପୁର ସରପଞ୍ଚଙ୍କ ପ୍ରତିନିଧି ସ୍ମୃତିରଞ୍ଜନ ମଲ୍ଲ, ଶଙ୍କର୍ଷଣ ଦାସ, ଡା. ବିଜିୟନି ମହାପାତ୍ର, ଶରତ ଚନ୍ଦ୍ର ସାମନ୍ତସିଂହାର, ତାପସ ମହାପାତ୍ର, ବ୍ରଜ କିଶୋର ଦାସ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବକୁ ଶ୍ରୀ ଦାସଙ୍କ ପରିବାର ସଦସ୍ୟଙ୍କ ସମେତ ଭଗବାନ ସିଣ୍ଡୋଳ ଓ ଅମଣିଆ ଗ୍ରାମବାସୀ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.