ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ । ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ଆର୍ କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଏମ ଏସ ଶର୍ମା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିମ ଅହମ୍ମଦ ଖାନ ଅଛନ୍ତି । ଡିଜିପି ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପହଞ୍ଚି ନୂତନ ଭାବେ ସ୍ଥାପନ ହୋଇଥିବା ବିଏସଏଫ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
ଏହା ପରେ ସମଗ୍ର ଲାଲ୍ ଇଲାକାକୁ ନିଜ କବଜାକୁ ନେଇଥିବା ପୁଲିସ ଯବାନ ସହ ଆଲୋଚନା କରିଥିଲେ। ତେବେ ଏହି ବିଏସଏଫ କ୍ୟାମ୍ପକୁ ବିରୋଧ କରୁଥିବା ଆଦିବାସୀ ଲୋକଙ୍କ ସହ ମଧ୍ୟ ସିଧା ସଳଖ ଆଲୋଚନା କରିଥିଲେ ପୋଲିସ ଡିଜି ଶ୍ରୀ ଅଭୟ । ବିଏସଏଫ ବାହିନୀ ସେଠାରେ ପହଞ୍ଚିବା ପରେ ଉନ୍ନୟନ ମୂଳକ କାର୍ୟ୍ୟ ଆରମ୍ଭ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଡିଜିପି । ସେଠାରୁ ଫେରି ମାଲକାନଗିରି ଏସପିଙ୍କ କାର୍ୟ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଡିଜିପି । ନକ୍ସଲ ପନ୍ଥିଙ୍କ ସହ ମୁକାବିଲା କରିବା ଲାଗି ନୁଆ ରଣନିତି ପ୍ରସ୍ତୁତ ହୋଇଥିବା ଜଣାପଡିଛି।
Comments are closed, but trackbacks and pingbacks are open.