ସ୍ୱାମୀଙ୍କୁ ଜ୍ୱାଳାମୁଖୀରୁ ବଞ୍ଚାଇଲେ

Get real time updates directly on you device, subscribe now.

ଆମେରିକାରେ ରହୁଥିବା ନବଦଶ୍ଛତି ଫ୍ଲୋରିଡା ସ୍ଥିତ ଲିଆମୁଏଗା ଜ୍ୱାଲାମୁଖୀ ପାହାଡ଼କୁ ବୁଲିବାକୁ ଯାଇଥିଲେ । ସେଠାରେ ପ୍ରାୟ ୫୦ ଫୁଟ୍ ଉଚ୍ଚରେ ଥିବା ଜ୍ୱାଳାମୁଖୀ ପାହାଡ଼ ଉପରକୁ ଦଶ୍ଛତି ଚଢ଼ିଥିଲେ । ସ୍ୱାମୀ କ୍ଲେ ଚାଷ୍ଟେନ୍ ଜ୍ୱାଲାମୁଖୀ ଗାତକୁ ଦେଖିବା ସମୟରେ ତା’ ମଧ୍ୟରେ ପଡ଼ିଯାଇଥିଲେ । ଭାଗ୍ୟବଶତଃ ସେ ଗାତ ଭିତରେ ଥିବା ଏକ ପଥର ଚଟାଣରେ ଲାଗି ରହିଯାଇଥିଲେ । ତାଙ୍କ ମୁଣ୍ଡ ଏବଂ ବେକରେ ଗଭୀତ ଆଘାତ ହୋଇଥିଲା । ସେ ଯନ୍ତ୍ରଣାରେ ଚିକ୍ରାର କଲେ । କିନ୍ତୁ ସେଠାରେ କେହି ଉପସ୍ଥିତ ନଥିଲେ । ଶେଷରେ ସ୍ତ୍ରୀ ଅକାମିଇ ତାଙ୍କୁ ଗାତରୁ ବାହାର କରିଥିଲେ । କ୍ଲେଙ୍କୁ ସେତେବେଳକୁ ବହୁତ ଯନ୍ତ୍ରଣା ହେଉଥିଲା, ତାଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେ ଦୁଇଥର ରକ୍ତବାନ୍ତି ମଧ୍ୟ କରିସାରିଥିଲେ । ସ୍ତ୍ରୀ ଅକାମିଇ ସାହସ ଜୁଟାଇ ସ୍ୱାମୀଙ୍କୁ କାନ୍ଧରେ କାନେ୍ଧଇ ଏକାକୀ ୩.୨ କିଲୋମିଟର ପାହାଡ଼ ତଳକୁ ଓହ୍ଲାଇଥିଲେ । ସେଠାରେ କିଛି ଲୋକ ଥିଲେ । ଏହାପରେ ଅକାମିଇ ଏକ ପ୍ରାଇଭେଟ୍ ପ୍ଲେନ୍ ଯୋଗେ ସ୍ୱାମୀଙ୍କୁ ଡାକ୍ତରଖାନା ନେଇଥିଲେ । ଡାକ୍ତର ଚିକିତ୍ସ । ପରେ ତାଙ୍କୁ ଏବେ ସୁସ୍ଥ ଘୋଷଣା କରିଛନ୍ତି । ଅକାମିଇଙ୍କ ପ୍ରେମ ଏବଂ ସାହାସକୁ ଦେଖି ପରିବାର ଓ ବନ୍ଧୁମାନେ ତାଙ୍କୁ ପ୍ରଶଂସା କରି, ନବଦଶ୍ଛତିଙ୍କ କାହାଣୀକୁ ଟ୍ୱିଟରରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons