
ରାଜକନିକା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଚେରଣ୍ଟପଡ଼ା ଗାଁର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗତକାଲି ରାତିରେ ମୃତୁ୍ୟବରଣ କରିବା ଖବର ପାଇ ତାଙ୍କ ପତ୍ନୀ ମରଶରୀର ପହଞ୍ଚôବା ପୂର୍ବରୁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରାଜକନିକାରେ ଶୋକର ଛାୟା ଖେଳିଯାଇଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଚେରଣ୍ଟପଡ଼ା ଗାଁର ଅବସରପାପ୍ତ ପୋଷ୍ଟମାଷ୍ଟର ମଦନ ମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ ଭଦ୍ରକ ଡିଆର୍ଡିଏ ଅଧୀନରେ ଥିବା ଆର୍ଜିପିଏସ୍ ସ୍କିମ୍ରେ ଡିପିଏମ୍ ଭାବରେ ନିଯୁକ୍ତି ପାଇଥିଲେ । ଦୈନିକ ସେ ଘରୁ ବାଇକ୍ରେ କର୍ମକ୍ଷେତ୍ର ଭଦ୍ରକକୁ ଯିବା ଆସିବା କରୁଥିଲେ । ଗତ ୨୫ ତାରିଖ ସଂଧ୍ୟାରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ଚାନ୍ଦବାଲିର ମହୁଲିଆ ଛକରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ରାଜକନିକା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହି ଖବର ପାଇ ତାଙ୍କ ପତ୍ନୀ ସ୍ୱପ୍ନାରାଣୀ ଆଜି ସକାଳ ପ୍ରାୟ ୧୧ଟା ୪୦ ମିନିଟ୍ରେ ଘରେ ବେକରେ ବେଡ୍ସିଟ୍ ଲଗାଇ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଗତବର୍ଷ ଜାନୁଆରୀ ମାସରେ ଅଶୋକବଜାରର ନୟନା ମଣ୍ଡପରେ ସେମାନଙ୍କର ବିବାହ ହୋଇଥିଲା । ପୁଅ ଓ ବୋହୂଙ୍କ ମୃତୁ୍ୟରେ ବାପା ମଦନମୋହନ ଓ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ନବଦମ୍ପତିଙ୍କ ମରଶରୀରକୁ ଗୋଟିଏ ଜୁଇରେ ସଂସ୍କାର କରାଯିବାର ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.