ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ବନ୍ଧୁଗାଁ,(ବି.ବି.ନୁ୍ୟଜ୍): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବନ୍ଧୁଗାଁ ଥାନା କାପଲଡା ପଞ୍ଚାୟତ ବଡ଼ବାଙ୍କିଡ଼ି ଗାଁରେ । ମୃତ ମହିଳାଙ୍କ ନାଁ ପିଡ଼ିକା ବାଙ୍ଗାରି(୩୫) । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୁଲିସ୍ ଅଭିଯୁକ୍ତ ସ୍ୱାମୀ ଲଚନା ପଡ଼ିକା(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୩ ଶିଶୁ ମା’ଛେଉଣ୍ଡ ହେବା ସହ ବେସାହାରା ହୋଇଯାଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ଼ ୯ଟାରେ ଲାଚନା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । କୌଣସି କାରଣରୁ ସ୍ତ୍ରୀ ବାଙ୍ଗାରିଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଲଚନା ଏକ ଟାଙ୍ଗିଆରେ ବାଙ୍ଗାରିଙ୍କ ବେକକୁ ଆକ୍ରମଣ କରିଥିଲା । ଆକ୍ରମଣରେ ବାଙ୍ଗାରି ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ଗ୍ରାମବାସୀ ଘଟଣା ସମ୍ପର୍କରେ ବାଙ୍ଗିଡି ଗାଁରେ ରହୁଥିବା ବାଙ୍ଗାରିଙ୍କ ସାନଭାଇ ସାଙ୍ଗାନା ହିମିରିକାଙ୍କୁ ଖବର ଦେଇଥିଲେ । ସାଙ୍ଗାନା ବଡ଼ଭଉଣୀର ମୃତଦେହ ଦେଖିବା ପରେ ଗ୍ରାମବାସୀଙ୍କ ସହ ବନ୍ଧୁଗାଁ ଥାନାରେ ଏତଲା ଦେଇଥିଲେ । ଥାନା ଅଧିକାରୀ ସବ୍ୟସାଚ୍ଚୀ ଶତପଥୀଙ୍କ ନେତୃତ୍ୱରେ ଏଏସ୍ଆଇ ବିଡିକା ବାବୁଙ୍କ ସମେତ ଅନ୍ୟ କର୍ମଚାରୀ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଲଚନାକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଶତପଥୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons