ଦଶପଲ୍ଲା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ୍ୟ ହୋଇଛି । ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନ ଚଢେୟାପଲ୍ଲୀ ପଞ୍ଚାୟତର ବାମ କଲୋନୀସାହି ଗ୍ରାମରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ରାଧାମୋହନ ନାୟକ(୫୨) ଏବଂ ପତ୍ନୀ ସତ୍ୟଭାମା ନାୟକ(୪୨)ଙ୍କ ହସଖୁସିର ସଂସାର ଚାଲିଥିଲା । ୨ଟି ଝିଅଙ୍କ ବିବାହ ହୋଇ ସାରିଥିବାବେଳେ ଗୋଟିଏ ବୋଲି ପୁଅ ବାହାରେ ରହି କାମ କରୁଛି । ହେଲେ ରବିବାର ସକାଳୁ ଉଭୟ ଜାଳେଣୀ ସଂଗ୍ରହ ପାଇଁ ଗ୍ରାମ ନିକଟସ୍ଥ ବାଅାଁରେଇ ପାହାଡକୁ ବାହାରିଥିଲେ । ପ୍ରର୍ବାହ୍ନ ପ୍ରାୟ ୭ଟା ସମୟରେ ଘରୁ ବାହାରିବା ସମୟରେ ଗାଁରେ ବିବାହ କରିଥିବା ଝିଅକୁ ଜଙ୍ଗଲକୁ କାଠ ଆଣି ଯାଉଥିବା କହି ଆସିଥିଲେ । ହେଲେ ଏହାର କିଛି ସମୟ ପରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଗ୍ରାମ ଓ ପରିବାର ଲୋକ ଖବର ପାଇ ପାହାଡରେ ପହଞ୍ଚôଥିଲେ । ଘଟଣାସ୍ଥଳରେ ସତ୍ୟଭାମାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ରାଧାମୋହନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାଧାମୋହନଙ୍କ ମୁଣ୍ଡ ମଝିରେ ମଝିରେ ଖରାପ ହୁଏ । ହେଲେ ସେ କାମଧନ୍ଦା କରି ପରିବାର ଚଳାନ୍ତି । ଘରେ କୌଣସି ଝଗଡା ନଥିବାବେଳେ ସକାଳୁ ଘରକାମ ସାରି ଉଭୟ କାଠ ପାଇଁ ବାହାରିଥିଲେ । କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଖବରପାଇ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.