ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଡାବୁଗାଁ ଥାନା ସରାଗୁଡ଼ା ଗାଁରେ । ସ୍ତ୍ରୀକୁ ହତ୍ୟା କରିବା ପରେ ରାତିତମାମ ଘରର କବାଟ ବନ୍ଦ କରି ଭିତରେ ରହିଥିଲା ଅଭିଯୁକ୍ତ ମଙ୍ଗୁ ଭତ୍ରା । ଆଜି ସକାଳେ ପୁଲିସ୍ ଗାଁରେ ପହଞ୍ଚି ମଙ୍ଗୁକୁ ଗିରଫ କରିଛି । ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ମୃତ ମହିଳାଙ୍କ ନାଁ ମନାଇ ଭତ୍ରା ।

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ମନାଇ, ମଙ୍ଗୁର ମାଆ ଓ ୨ ପୁଅ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ମଙ୍ଗୁ ଏକ ଟାଙ୍ଗିଆରେ ମନାଇଙ୍କ ବେକରେ ଚୋଟ ପକାଇଥିଲା । ହଠାତ୍ ଚିକ୍ରାର ଶୁଣି ମଙ୍ଗୁଙ୍କ ଭାଇ ତିଳ ସେଠାରେ ପହଞ୍ଚିଥିଲେ । ଟାଙ୍ଗିଆ ଛଡାଇବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ମନାଇଙ୍କ ମୃତୁ୍ୟ ହୋଇ ସାରିଥିଲା । ମନାଇଙ୍କୁ ହତ୍ୟା କରିବା ପରେ ମଙ୍ଗୁଙ୍କ ୨ ପୁଅ ଓ ମାଆ ଭୟଭୀତ ହୋଇ ବାହାରକୁ ଚାଲିଯାଇଥିଲେ । କିନ୍ତୁ ମଙ୍ଗୁ ଭିତର ପଟୁ କବାଟ ଦେଇ ରାତିତମାମ ସ୍ତ୍ରୀର ଶବ ପାଖରେ ରହିଥିଲା ।

ସୋମବାର ସକାଳେ ମଙ୍ଗୁଙ୍କ ସଂପର୍କୀୟ ଚୈତନ୍ୟ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେବା ପରେ ଅତିରିକ୍ତ ଏସ୍ପି ସି. ହୃଦାନନ୍ଦ , ଥାନାଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ, ଆର.ଏନ ସାହୁ, ସଲମନ ଭୂୟାଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମଙ୍ଗୁକୁ ଗିରଫ କରିବା ସହ ଶବ ଜବତ କରିଥିଲେ । ଗାଁ ଲୋକେ କହିଛନ୍ତି ମଙ୍ଗୁ ମାନସିକ ଅନଗ୍ରସର ଥିଲା । ସବୁବେଳେ ମଦ ପିଇ ସ୍ତ୍ରୀ ସହ ଝଗଡା କରୁଥିଲା । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ତାହା ପୁଲିସ୍ ତଦନ୍ତ ପରେ ହିଁ ଜଣାପଡିବ । ହତ୍ୟାକାଣ୍ଡ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୁଲିସ୍ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons