ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ତାଳଚେର: ପାରିବାରିକ କଳହର କରୁଣ ପରିଣତି ଶୁକ୍ରବାର ଦେଖିବାକୁ ମିଳିଛି ତାଳଚେର ଥାନା ଇଲାକାରେ । ପନôୀ ଚରିତ୍ରକୁ ନେଇ ସନେ୍ଦହ । ସନେ୍ଦହରୁ ବାରମ୍ବାର ଝଗଡ଼ା । ଶେଷରେ ଜଣକର ଜୀବନ ଯାଇଛି । ରକ୍ତମୁଖା ସ୍ୱାମୀ ହିତାହିତ ଜ୍ଞାନ ହରାଇ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀ ଜୀବନ ବେହେରାକୁ ଗିରଫ କରିବା ସହ ମୃତଦେହ ଜବତ କରିଛି । ହତ୍ୟା ପରେ ଜୀବନ କଟାମୁଣ୍ଡକୁ ଏକ ଜରିଅଖାରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାଳଚେର ଥାନା ବଙ୍ଗାଳିତଇଳା ଗ୍ରାମର ଜୀବନ ବେହେରା (୫୫) ଓ ସ୍ତ୍ରୀ ହୀନ ବେହେରା (୪୯) ପରିବାର ସହ ରହିଆସୁଥିଲେ । କିନ୍ତୁ କିଛି ଦନ ତଳେ ହୀନଙ୍କ ଚରିତ୍ରକୁ ନେଇ ଜୀବନ ସନେ୍ଦହ କରିଥିଲା । ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଗତରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ । ଭୋର୍ ସମୟରେ ଜୀବନ ଏକ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ପରେ କଟାମୁଣ୍ଡକୁ ଏକ ଜରିବସ୍ତାରେ ପୂରାଇ ରଖିଥିଲା । ସକାଳ ହେବା ପରେ ପରିବାର ଓ ପଡେ଼ାଶୀଙ୍କ ଦ୍ୱାରା ଘଟଣା ଗାଁ’ ସାରା ପ୍ରଘଟ ହୋଇଥିଲା ।
ଖବର ପାଇ ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମୃତଦେହ ଜବତ କରିବା ସହ ଘରେ ଥିବା ଜୀବନକୁ ଗିରଫ କରି ଥାନାକୁ ନେଇଆସିଥିଲେ । ପଚରାଉଚୁରା ବେଳେ ଅଭିଯୁକ୍ତ ଜୀବନ ପୁଲିସ ଆଗରେ ହତ୍ୟାକାଣ୍ଡ ସମ୍ପର୍କରେ ବଖାଣିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଶବ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତରେ ସହାୟତା କରିଥିଲା । ତାଳଚେର ପୁଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମକଦ୍ଧମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ କୋର୍ଟ୍ ଚାଲାଣ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons