ନୂଆଦିଲ୍ଲୀ: ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ନିର୍ଦ୍ଦେଶକ ଭାବେ ଯୋଗଦେବା ପରେ ରାହୁଲ ଦ୍ରାବିଡ଼ଙ୍କ ନାମରେ ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଥିଲା । ଏହାପରେ ବିସିସିଆଇ ଏଥିକ୍ ଅଫିସର ତାଙ୍କୁ ନୋଟିସ୍ ଜାରିକରିଥିଲେ ଏବଂ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଥିଲେ । ଆସନ୍ତା ସପ୍ତାହରେ ଏ ବିଷୟରେ ବିସିସିଆଇ ଲୋକପାଳ ନିଷ୍ପତ୍ତି ନେବେ । ଯାହା ଆଶା କରାଯାଉଛି ଦ୍ରାବିଡ଼ଙ୍କୁ କ୍ଲିନ୍ ଚିଟ୍ ମିଳିବ ।
ଦ୍ରାବିଡ଼ ଏନସିଏରେ ଯୋଗଦେବା ପୂର୍ବରୁ ଇଣ୍ଡିଆ ସିମେଣ୍ଟ ଗ୍ରୁପ୍ରେ ଉପ ସଭାପତି ରହିଥିଲେ । ସେଥିପାଇଁ ସେ ଯୋଗଦେବାରେ ବିଳମ୍ବ କରୁଥିଲେ । ବିସିସିଆଇ ପ୍ରଶାସକ କମିଟିର ପରାମର୍ଶ ଅନୁସାରେ ଶେଷରେ ଦ୍ରାବିଡ଼ ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ । ଏହାପରେ ତାଙ୍କ ନାମରେ ଅଭିଯୋଗ ଆସିଥିଲା । ଫଳରେ ଏଥିକ ଅଫିସର ତାଙ୍କୁ ନୋଟିସ୍ ପଠାଇଥିଲେ ।
ବିସିସିଆଇ ଏଥିକ୍ ଅସିଫର ଡିକେ ଜୈନ ଦ୍ରାବିଡ଼ଙ୍କୁ ନୋଟିସ ଜାରି କରିବା ପରେ ପ୍ରଥମେ ଏ ବିଷୟରେ ମୁହଁ ଖୋଲିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ଟ୍ୱିଟ୍ କରି କହିଥିଲେ, ଭାରତୀୟ କ୍ରିକେଟର ନୂଆ ଫେସନ ….ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ….ଖବର ସହ ଯୋଡ଼ି ରହିବାର ଏହା ସବୁଠୁ ବଡ଼ ଉପାୟ… ଭାରତୀୟ କ୍ରିକେଟରକୁ ଭଗବାନ ସହାୟ ହୁଅନ୍ତୁ ।’
Comments are closed, but trackbacks and pingbacks are open.