ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ କଥା ହୋଇଛନ୍ତି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଟିକା ନେଇଥିବାରୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଟିକାକରଣରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ୨୦୨୧ ସମସ୍ତଙ୍କ ପାଇଁ ଭଲ ଖବର ନେଇ ଆସିଛି । ଆଜି ଅପେକ୍ଷାର ଅନ୍ତ ଘଟିଛି । ଗତ ଦଶମାସ ଧରି ଆମର କୋଭିଡ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି । ସେମାନଙ୍କ ତ୍ୟାଗ ଓ ସେବାକୁ ଆମେ କେବେ ଭୁଲିପାରିବୁ ନାହିଁ । ସେମାନଙ୍କ ପାଇଁ ଆବେ ଗର୍ବିତ । ଟିକାକରଣ କାର୍ଯ୍ୟକ୍ରମ ହେଉଛି ଚଳିତବର୍ଷର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହାକୁ ସଫଳ କରିବା ଦିଗରେ ସମସ୍ତଙ୍କର ସହଯୋଗ ଜରୁରୀ । ବିଶେଷ କରି ସ୍ୱାସ୍ଥ୍ୟକର୍ମୀମାନଙ୍କ ସହଯୋଗ ବେଶୀ ଆବଶ୍ୟକ ।
ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସହଯୋଗରେ ଓଡ଼ିଶା କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏବେ ସମଗ୍ର ଦେଶରେ ଅଧିକ ଆରୋଗ୍ୟ ହାର ଏବଂ କମ୍ ମୃତୁ୍ୟହାର ଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗୁଆ ରାଜ୍ୟ । ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ବୈଜ୍ଞାନିକମାନେ ରେକର୍ଡ ସମୟରେ କରୋନା ଟିକା ଉଦ୍ଭାବନ କରି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଆଜି ଆମର ଫାର୍ମା କମ୍ପାନିଗୁଡ଼ିକ ବିଭିନ୍ନ ଦେଶକୁ ଟିକା ଯୋଗାଉଛନ୍ତି ।
ଟିକା ନେଇଥିବା ଓ ନେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଟିକା ନେବା ପରେ ଅଧିକ ଆତ୍ମବିଶ୍ୱାସର ସହ ସେମାନଙ୍କ ସେବାକାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କରୋନା ମହାମାରୀ ଭଳି କଠିନ ପରିସ୍ଥିତିରେ ଆମ କୋଭିଡ ଯୋଦ୍ଧାମାନେ ଯେପରି ସାହସର ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସମସ୍ତଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରୁ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା କ୍ୟାପିଟାଲ ହସପିଟାଲର ସ୍ୱାସ୍ଥ୍ୟକର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ । ସମସ୍ତେ ସୁସ୍ଥ ଥିବା ଏବଂ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ବରିÂ ଅଧିକାରୀଙ୍କ ସହ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons