ସ୍ୱାସ୍ଥ୍ୟକେନ୍ଦ୍ରରୁ ପୁଣି ଚୋରି

Get real time updates directly on you device, subscribe now.

କୁନ୍ଦୁରା: କୁନ୍ଦୁରା ଥାନା ଦିଗାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଣିଥରେ ଚୋରି ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରର ଇନଭର୍ଟର, ବ୍ୟାଟେରି, ଷ୍ଟେବିଲାଇଜର୍ ଓ ଏଲଇଡି ବଲ୍ବଗୁଡିକୁ ଚୋରି କରି ନେଇଛନ୍ତି । ଗତ ନଭେମ୍ବରରେ ମଧ୍ୟ ଏହି କେନ୍ଦ୍ରରୁ ଅନୁରୂପ ଚୋରି ହୋଇଥିଲା । ସେତେବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସ୍ମୃତିରଞ୍ଜନ ମହାପାତ୍ର ବୈପାରିଗୁଡା ଥାନାରେ ଏନେଇ ଏତଲା ଦେଇଥିଲେ । ସେହି ଘଟଣକୁ ଦୀର୍ଘ ୮ମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଅନ୍ୟପକ୍ଷେ ଅଞ୍ଚଳରେ ୧୦ରୁ ଅଧିକ ଚୋରି ଘଟଣା ପରେ ବି କାର୍ଯ୍ୟାନୁÂାନ ଶୂନ ଥିବାରୁ ଅଞ୍ଚଳବାସୀ ପୁଲିସର ପାରିବାପାଣିଆକୁ ପ୍ରଶ୍ନ କରିଛନ୍ତି । ଲୋକଙ୍କ କହିବା ପ୍ରକାରେ ବର୍ତ୍ତମାନ ଦିଗାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ପାଇଁ ଟିକାକରଣ ଚାଲିଥିଲା । ଟିକାକୁ ଫ୍ରିଜରରେ ରଖାଯାଉଥିଲା । ଟିକାନେବା ଲୋକେ ଫେନ୍ ତଳେ ବିଶ୍ରାମ ନେଉଥିଲେ । ଏବେ ଇନଭର୍ଟର ନଥିବାରୁ ବିଦୁ୍ୟତ ଚାଲିଗଲେ ହଇରାଣ ହେବାକୁ ପଡିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଦିଗାପୁର, ଘୁମର, ମଶିଗାଁ, ବାଲିଆ ସୀମା ମଧ୍ୟରେ ଗତ କିଛିଦିନ ଭିତରେ ଲଗାତାର ଲୁଟମାର, ରାହାଜାନୀ, ଡକାୟତି ଭଳି ଘଟଣା ଘଟିଚାଲିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ଗିରଫ ହୋଇନାହାନ୍ତି । ଦିଗାପୁର ତଥା ଆଖପାଖ ଅଞ୍ଚଳରେ ମଦ, ଗଞ୍ଜେଇ ବେପାର ବଢି ଚାଲିଥିବାରୁ ଅସାମାଜିକ ବ୍ୟକ୍ତିିଙ୍କ ଏହା ଚରାଭୂଇଁ ପାଲଟିଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ନଥିବାରୁ ପୁଲିସର କାର୍ଯ୍ୟ ପ୍ରତି ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଅଞ୍ଚଳ ବୈପାରିଗୁଡା ଥାନା ଅଧୀନରେ ରହିଛି । କିନ୍ତୁ ଥାନା କର୍ମଚାରୀଙ୍କ ପାଖକୁ ଗଲେ, ଅଧିକ ତେଲ ଖର୍ଚ୍ଚ ହେଉଛି, ହେଡକ୍ୱାର୍ଟରରୁ ତେଲ ପାଇଁ ସହଯୋଗ ମିଳୁନି ବୋଲି କହି ଧ୍ୟାନ ଦେଉ ନଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି । ପୁଲିସର ଢିଲାପଣ ଯୋଗୁ ଅସାମାଜିକ ତତ୍ତ୍ୱ ସୁରକ୍ଷିତ ଭାବେ ଅଞ୍ଚଳରେ ବିଚରଣ କରିବା ସହ ଚୋରି କରୁଛନ୍ତି । ତୁରନ୍ତ ଚୋରମାନଙ୍କୁ ଧରିବା ପାଇଁ ଦାବି ହୋଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons