ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା: ଗେଟ୍ ଆଗରେ ଅଧାପ୍ରସବ

Get real time updates directly on you device, subscribe now.

ଚୌଦ୍ୱାର,(ବି.ବି.ନୁ୍ୟଜ୍): ଆଠଗଡ଼ର ଗୁରୁଡ଼ିଝାଟିଆ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଜରୁରି ଚିକିତ୍ସା ସେବା ନ ପାଇ ଜଣେ ଗର୍ଭବତୀ ଡାକ୍ତରଖାନା ଗେଟ୍ ବାହାରେ ଅଧାପ୍ରସବ କରି ଯନ୍ତ୍ରଣା ଓ ଯାତନା ଭୋଗିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ କିଛି ଉପାୟ ନ ପାଇ ପ୍ରସୂତିଙ୍କୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ଲାଗି ନିକଟସ୍ଥ ବ୍ରହ୍ମପୁର ଚିକିତ୍ସା କେନ୍ଦ୍ରକୁ ନେଲା ବେଳେ ନବଜାତକ କନ୍ୟା ସନ୍ତାନଟିର ବି ମୃତୁ୍ୟ ଘଟିିଛି । ଏ ପ୍ରକାରର ଅଘଟଣକୁ ନେଇ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି ।
ପ୍ରାପ୍ତ ଖବର ମୁତାବକ, ଆଜି ରବିବାର ଆଠଗଡ଼ ବ୍ଲକ୍ ଅଧୀନ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ବନ୍ଦ ଥିଲା । ଶନିବାରଠାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ କର୍ମଚାରୀଙ୍କ ସହ ଡାକ୍ତର ସମସ୍ତେ ପଳାଇଥିଲେ । ଫଳରେ ସକାଳୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଅପେକ୍ଷା କରିଥିବା ମହିଳାଙ୍କୁ ଜରୁରି ଚିକିତ୍ସା ସେବା ମିଳି ପାରିନଥିଲା । ଗେଟ୍ ପାଖରେ ସେ ଅଧାପ୍ରସବ କରିବା ପରେ, ଦୁନିଆକୁ ଦେଖିବା ଆଗରୁ ଏକ ନିଷ୍ପାପ ଶିଶୁ ଆଖି ବୁଜି ଦେଇଥିଲା । ଆଜିକାର ଏ ଅଘଟଣ ପରେ ସୁରକ୍ଷିତ ମାତୃତ୍ୱ ପାଇଁ ସରକାରଙ୍କ ପକ୍ଷରୁ ଘୋଷିତ ଯୋଜନାର ବିକଳ ଚିତ୍ର ପଦାରେ ପଡ଼ିଛି । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯେ କେମିତି ଅମେଳକ ହୋଇଯାଇଛି ତାହା ବି ସ୍ପଷ୍ଟ ହୋଇଯାଇଛି ।
ରାଧାକିଶୋରପୁର ପଞ୍ଚାୟତ ଖମାରନୂଆଗାଁ ଗ୍ରାମର ପ୍ରକାଶ ଓଝାଙ୍କ ପତ୍ନୀ କୁନି ମହାରଣା(୩୦) ଗର୍ଭଯନ୍ତ୍ରଣା ସହିନପାରି ଏକ ଅଟୋରେ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ସକାଳ ୯ଟା ବେଳେ ପରିବାର ଲୋକଙ୍କ ସହ ଆସିଥିଲେ । କିନ୍ତୁ ମେଡିକାଲରେ ତାଲା ପଡ଼ିଥିଲା । କାଳେ ଡାକ୍ତର ଆସିବେ, ଡାକ୍ତରଖାନାର କେହି କର୍ମଚାରୀ ଆସି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବେ, ସେଥିପାଇଁ ସେ ସେଠାରେ ଅପେକ୍ଷା କରି ରହିଥିଲେ । ତେବେ ବେଳକୁବେଳ ତାଙ୍କର ଗର୍ଭଯନ୍ତ୍ରଣା ବଢ଼ିବା ଫଳରେ ଡାକ୍ତରଖାନା ଫାଟକ ପାଖରେ ରାସ୍ତା ଉପରେ ସେ ଅଧାପ୍ରସବ କରିଥିଲେ । ଗର୍ଭସ୍ଥ ଶିଶୁଟି ପଦାକୁ ଅଧା ବାହାରି ଆସିଥିଲା । ଏଭଳି ଅସ୍ୱାଭାବିକ ସ୍ଥିତିରେ ଲୋକଲଜ୍ଜାକୁ ପଛ କରି ସନ୍ତାନକୁ ବଞ୍ଚାଇ ରଖିବା ଲାଗି ମା’ଜଣକ ଉଦ୍ୟମ କରିଥିଲେ । ନିଜେ ଯନ୍ତ୍ରଣା ଭୋଗୁଥିବା ସତ୍ତେ୍ୱ ଅଧାପ୍ରସବ ହୋଇଥିବା ଶିଶୁଟିର ମୁଣ୍ଡକୁ ଧରି ସେଠାରେ ବାଧ୍ୟ ହୋଇ ଛିଡ଼ା ହୋଇ ରହିଥିଲେ । ଈଶ୍ୱର ପ୍ରତିମ ଡାକ୍ତରଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ହେଲେ ଯନ୍ତ୍ରଣା ବଢ଼ିଥିଲା ସିନା, କୌଣସି ଡାକ୍ତର କି କର୍ମଚାରୀ କାହାରି ଦେଖା ମିଳି ନଥିଲା ।
ମହିଳାଙ୍କ ଅସହାୟତା ଓ ଏ ପ୍ରକାରର ଅଭାବନୀୟ ଛାତିଥରା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ପହଞ୍ଚିଲା କ୍ଷଣି ମହିଳାଙ୍କୁ ତୁରନ୍ତ ନିକଟସ୍ଥ ବ୍ରହ୍ମପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏହା ଶୁଣି ସତେଯେମିତି ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିବା ଭଳି ମା’ କୁନି ଅନୁଭବ କରିଥିଲେ । କାରଣ ଏହା ଥିଲା ତାଙ୍କର ପ୍ରଥମ ସନ୍ତାନ । ଶିଶୁକନ୍ୟାଟିର କୁଆଁ କୁଆଁ ଶବ୍ଦ ଶୁଣିବା ପୂର୍ବରୁ ତାର ପାଟି ସବୁଦିନ ଲାଗି ବନ୍ଦ ହୋଇଯାଇଥିଲା । ପ୍ରସୂତି କୁନି କାନ୍ଦି କାନ୍ଦି ଚେତା ହରାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସାନ୍ତ୍ୱନା ଦେଇଥିଲେ ମଧ୍ୟ କିଛି ଫରକ ପଡ଼ି ନ ଥିଲା କୁନିଙ୍କ ପାଇଁ । ମୃତ ପିଲାର ମୁହଁ ଦେଖି ତାଙ୍କ ଆଖରୁ ଧାର ଧାର ଲୁହ ଗଡ଼ିଆସୁଥିଲା । ଶେଷରେ ବୁଝାଶୁଝା କରି ତାଙ୍କୁ ନେଇ ପରିବାର ଲୋକେ ଘରକୁ ଫେରିଥିଲେ ।
ଏ ଖବର ପ୍ରଚାରିତ ହେବା ପରେ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପହଞ୍ଚି ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ ବି ସବୁଆଡେ ତାଲା ଝୁଲୁଥିଲା । କୌଣସି କର୍ମଚାରୀଙ୍କ ଦେଖା ମିଳି ନଥିଲା । ମନ୍ତ୍ରୀ ଏହି ଘଟଣାକୁ ନେଇ କ୍ଷୁବ୍ଧ ଓ ବ୍ୟଥିତ ହେବା ସହ ମେଡିକାଲରେ ଜଣେ କେହି କର୍ମଚାରୀ ଉପସ୍ଥିତ ନଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବେ ଓ କାର୍ଯ୍ୟାନୁÂାନ ନିଆଯିବ ବୋଲି ମନ୍ତ୍ରୀ ସେଠାରେ ପ୍ରତିଶ୍ରୁତି ଦେଇଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ଜଣ କର୍ମଚାରୀ ଥିବାବେଳେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ୍, ୪ଜଣ ଷ୍ଟାଫ୍ ନର୍ସ, ଆଟେଣ୍ଡାଣ୍ଟ୍ ୨ଜଣ, ଜଣେ ସୁଇପର୍ ଓ ୨ ଜଣ ଅନ୍ୟ କର୍ମଚାରୀ ରହିଛନ୍ତି ।
ଅପରପକ୍ଷରେ, ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ତଦନ୍ତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons