ଚୌଦ୍ୱାର,(ବି.ବି.ନୁ୍ୟଜ୍): ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ଜରୁରି ଚିକିତ୍ସା ସେବା ନ ପାଇ ଜଣେ ଗର୍ଭବତୀ ଡାକ୍ତରଖାନା ଗେଟ୍ ବାହାରେ ଅଧାପ୍ରସବ କରି ଯନ୍ତ୍ରଣା ଭୋଗିଥିଲେ । ପରିବାର ଲୋକେ ପ୍ରସୂତିଙ୍କୁ ନିକଟସ୍ଥ ବ୍ରହ୍ମପୁର ଚିକିତ୍ସା କେନ୍ଦ୍ରକୁ ନେଲା ବେଳେ ନବଜାତକ କନ୍ୟା ସନ୍ତାନଟିର ମୃତୁ୍ୟ ଘଟିଥିଲା । ଏହି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେବା ପରେ ଆଜି କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକ ବହୁ ବିଳମ୍ୱରେ ଆସି ଗୁରୁଡିଝାଟିଆ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ସମୟରେ ଉତ୍ତେଜନା ଦେଖାଦେଇଥିଲା । ଅଞ୍ଚଳବାସୀ ଦୀର୍ଘ ସମୟ ଧରି ମେଡିକାଲ ଭିତରେ ସିଡିଏମ୍ଓଙ୍କୁ ଘେରାଉ କରି ରଖିବା ସହ ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ସହ ସମସ୍ତ କର୍ମଚାରୀ ଓ ଡାକ୍ତରଙ୍କୁ ଏଠାରୁ ବଦଳି କରିବାକୁ ଅଡ଼ି ବସିଥିଲେ । ଖବର ପାଇ ଚୌଦ୍ୱାର ଏସ୍ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିଚିତ୍ର ଦାସ, ଗୁରୁଡିଝାଟିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ ଏକ ଦାବିପତ୍ର ସିଡିଏମ୍ଓଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଥିଲା ।
ସୂଚନା ମୁତାବକ ରାଧାକିଶୋରପୁର ପଞ୍ଚାୟତ ଖମାରନୂଆଗାଁ ଗ୍ରାମର ପ୍ରକାଶ ଓଝାଙ୍କ ପତ୍ନୀ କୁନି ମହାରଣା(୩୦) ଗର୍ଭଯନ୍ତ୍ରଣା ସହିନପାରି ଏକ ଅଟୋରେ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ସକାଳ ୯ଟା ବେଳେ ପରିବାର ଲୋକଙ୍କ ସହ ଆସିଥିଲେ । କିନ୍ତୁ ମେଡିକାଲରେ ତାଲା ପଡ଼ିଥିଲା । ମେଡିକାଲ ଖୋଲିବା ବିଳମ୍ବ ହେବାରୁ ତାଙ୍କର ଗର୍ଭଯନ୍ତ୍ରଣା ବଢ଼ିବା ସହ ସେ ଡାକ୍ତରଖାନା ଫାଟକ ପାଖରେ ରାସ୍ତା ଉପରେ ସେ ଅଧା ପ୍ରସବ କରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ୧୦୨ ଆମ୍ୱୁଲାନ୍ସ ଡକାଇ ମହିଳାଙ୍କ ନିକଟସ୍ଥ ବ୍ରହ୍ମପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲାବେଳେ ସବୁଆଡେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ । ମେଡିକାଲରେ ଜଣେ କେହି କର୍ମଚାରୀ ଉପସ୍ଥିତ ନଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏନେଇ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବେ ଓ କାର୍ଯ୍ୟାନୁÂାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ତଦନ୍ତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କୁ ନିଦେ୍ର୍ଧଶ ଦେବା ସହ ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ । ନିଦେ୍ର୍ଧଶ ପାଇ ସିଡିଏମ୍ଓ ଶ୍ରୀ ନାୟକ ମେଡିକାଲରେ ପହଞ୍ଚି ତଦନ୍ତ କରିଥିଲେ । ରବିବାର କାହାର ଡିୟୁଟି ଥିଲା ସେନେଇ ଡାକ୍ତର ରମେଶ ସିଂଙ୍କୁ ପଚାରିବା ସହ ଉପସ୍ଥାନ ଖାତା ଦେଖିଥିଲେ । ଦୀର୍ଘଦିନ ଧରି ଡାକ୍ତର ଓ କର୍ମଚାରୀମାନେ ରୋଗୀଙ୍କ ଠାରୁ ଟଙ୍କା ନେଇ ସେବା ଯୋଗାଉଥିବା ଅଞ୍ଚଳବାସୀ ସିଡିଏମ୍ଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣା ଦିନ ୪୪ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଆଟେନାଣ୍ଟ୍, ଜଣେ ଷ୍ଟାପ ନର୍ସ, ଜଣେ ସୁଇପର ଓ ଜଣେ ଫାର୍ମାସିଷ୍ଟ ମେଡିକାଲରେ ଉପସ୍ଥିତ ରହିବା କଥା ହେଲେ ସେଦିନ ସେମାନେ ଅନୁପସ୍ଥିତ ଥିବାରୁ ଏଭଳି ଏକ ଅପ୍ରିତିକର ଘଟଣା ଘଟିଥିବାରୁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ଶ୍ରୀ ନାୟକ କହିଛନ୍ତି ।
Comments are closed, but trackbacks and pingbacks are open.