ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାର କୋଭିଡ୍ ଚିକିତ୍ସା କେନ୍ଦ୍ରର ସ୍ଥିତି ସମୀକ୍ଷା କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁÂିତ ସମୀକ୍ଷା ବୈଠକରେ ଟାଟା, ଅଶ୍ୱିନୀ ଓ ଏମ୍କେସିଜି ମେଡିକାଲ କଲେଜ ହସପିଟାଲର ଭିତ୍ତଭୂମି, ସୁବିଧା ଓ ଅସୁବିଧା ସମ୍ପର୍କରେ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇବାରେ ରହିଥିବା ଅସୁବିଧା ସମାଧାନ କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ୍ ପରିଚାଳନାଗତ ସମସ୍ୟା ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଥିଲେ ଯେ ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଆସିଥିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି । କିନ୍ତୁ ଗତ ସପ୍ତାହଠାରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଥିବା କହିଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ ଯେ ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଯେତେ ସମ୍ଭବ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ ଚାଲିଛି । ସଂକ୍ରମଣ ରୋକିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ସୁସ୍ଥ କରିବା ଦିଗରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାନଗର ନିଗମ କମିଶନର, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ, ସମସ୍ତ ଉପଜିଲ୍ଲାପାଳ, ଡାକ୍ତରୀ ଦଳ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ଅହରହ ଉଦ୍ୟମ କରିଛନ୍ତି । ପ୍ରତ୍ୟେକ ଦିନ ସଂକ୍ରମିତ ସଂଖ୍ୟା କମୁଛି ଏବଂ ବହୁ ସଂଖ୍ୟାରେ ଆରୋଗ୍ୟ ଲାଭ କରୁଛନ୍ତି । ଜଣେ ବ୍ୟକ୍ତି ଦଶ ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି । ଆଇସିଏମ୍ଆର୍ ଗାଇଡ୍ଲାଇନ୍ ଅନୁସାରେ ଏମାନଙ୍କୁ ଡିସ୍ଚାର୍ଜ କରାଯାଉଛି । ଜିଲ୍ଲାରେ ସଂକ୍ରମିତଙ୍କୁ ଚିକିତ୍ସା ନିମନ୍ତେ ବେଡ୍ର ଅଭାବ ନାହିଁ । ନୟାଗଡ଼, କନ୍ଧମାଳ ଭଳି ନିକଟବର୍ତ୍ତୀ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଯଦି ଆବଶ୍ୟକ ପଡେ଼ ତେବେ ନିକଟବର୍ତ୍ତୀ ଜିଲ୍ଲାର ସହଯୋଗ ନେଇ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରି ଚିକିତ୍ସା କରାଯିବ ।
ମୋ ସରକାର ଅଧିନରେ କୋଭିଡ୍ ହସ୍ପିଟାଲ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସିଧାସଳଖ ଟେଲିଫୋନ୍ ଜରିଆରେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ସହିତ କଥା ହୋଇ ପଚାରି ବୁଝୁଛନ୍ତି । ଚିକିତ୍ସା, ଖାଦ୍ୟ ଓ ସଫେଇ କାର୍ଯ୍ୟ ସଠିକ ଓ ଅଧିକ ଯନôର ସହିତ ପରିଚାଳନା କରିବାକୁ ସମସ୍ତ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ ଘରେ ଏକୁଟିଆ ରହିବା ସୁବିଧା ଅଛି ସେମାନଙ୍କୁ ତାଙ୍କ ନିଜ ଘରେ ରଖି ଚିକିତ୍ସା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଏହାଫଳରେ ସେମାନଙ୍କ ମାନସିକ ଅବସ୍ଥା ଭଲ ରହିବ ଏବଂ ଖୁବ୍ ଶୀଘ୍ର ସୁସ୍ଥ ହୋଇପାରିବେ । କୋଭିଡ୍ ଚିକିତ୍ସାଳୟର ଶୌଚାଳୟ ବ୍ୟତୀତ ଅନ୍ୟସବୁ ସ୍ଥାନରେ ସିସିଟିଭି ଲଗାଇବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାଦ୍ୱାରା ରୋଗୀ ଚିକିତ୍ସା ଉପରେ ନଜର ରହିପାରିବ ।
ଟାଟା ହସ୍ପିଟାଲର ସ୍ଥିତି ସମ୍ପର୍କରେ ଡାକ୍ତର ତ୍ରିପତି ପାଣିଗ୍ରାହୀ ଜଣାଇଥିଲେ ଯେ ବର୍ତ୍ତମାନର ଚିକିତ୍ସା ପଦ୍ଧତି ଦ୍ୱାରା କ୍ରମାଗତ ଭାବେ ମୃତୁ୍ୟ ସଂଖ୍ୟା କମିବାରେ ଲାଗିଛି । ଅଧିକ ପରିମାଣରେ ସୁସ୍ଥ ହୋଇ ଡିସ୍ଚାର୍ଜ ହେଉଛନ୍ତି । ୪୦ଟି ବେଡ୍ରେ ଅrିଜେନର ସୁବିଧା ଦିଆଯାଇଛି । ଆଗାମୀ ଦଶ ଦିନ ମଧ୍ୟରେ ସେଣ୍ଟ୍ରାଲ ଅrିଜେନ୍ ସୁବିଧା କରି ସମସ୍ତ ବେଡ୍କୁ ଅrିଜେନ ଯୋଗାଇ ଦିଆଯିବ । ୮ଟି ଆଇସିୟୁ, ୧୫ଟି ଆଇସିୟୁ କ୍ୟାବିନ୍ ଥିବା ଜଣାଇଥିଲେ । ଏହାକୁ ବୃଦ୍ଧି କରି ୩୪ କ୍ୟାବିନ୍ କରାଯିବ । ଡାକ୍ତର ସଂଖ୍ୟା ବୃଦ୍ଧି ହେଲେ ଚିକିତ୍ସା ସୁବିଧା ଆହୁରି ଉତ୍ତମ ହେବ ବୋଲି ଜଣାଇଥିଲେ । ସାତଦିନ ଅନ୍ତରରେ ଡାକ୍ତର ଓ ନର୍ସ ମାନଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରିବାକୁ ନିଦେ୍ର୍ଧଶ ଦେଇଥିଲେ ଅତିରିକ୍ତ ଶାସନ ସଚିବ । ଡାକ୍ତର ଓ ନର୍ସଙ୍କ ବିଶ୍ରାମ ପରେ ଚିକିତ୍ସାର ମାନ ବୃଦ୍ଧି ହେବ ଓ ସେମାନେ ସଂକ୍ରମଣରୁ ରକ୍ଷା ପାଇବେ ବୋଲି କହିଥିଲେ । ଉତ୍ତମ ଖାଦ୍ୟ, ହସ୍ପିଟାଲର ପରିବେଶ, ଶୌଚାଳୟର ସଫେଇ ଓ ଉତ୍ତମ ଚିକିତ୍ସା ଦିଗରେ ମହାପାତ୍ର ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳ ଜଣାଇଥିଲେ ଯେ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଆସନ୍ତି ତେବେ ଅବହେଳା ନକରି ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ । ତାପରେ ସେମାନଙ୍କର ଆଡମିଶନ୍ ପ୍ରକ୍ରିୟା କରିବେ । କୋଭିଡ୍ କେୟାର ସେଣ୍ଟର, ଟାଟା, ଅଶ୍ୱିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍ ପରିଚାଳନା ନିମନ୍ତେ ଗୋଟିଏ ହ୍ୱାଟ୍ସଆପ୍ ଗୃପ୍ କରି ସଂକ୍ରମିତ ବ୍ୟକ୍ତି ସ୍ଥାନାନ୍ତର ପ୍ରକ୍ରିୟାକୁ ସୁଦୃଢ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ । ଏହାଦ୍ୱାରା ସମନ୍ୱୟ ରହିବ ନାହିଁ ଓ ଖୁବ୍ ଶୀଘ୍ର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇପାରିବ । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଅସୁବିଧା ହେବ ନାହିଁ । ଗର୍ଭବତୀ ମହିଳାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ବୈଠକରେ ସ୍ଥିର ହୋଇଥିଲା । ସେଠାରେ ଗର୍ଭବତୀଙ୍କୁ ଉତ୍ତମ ଚିକିତ୍ସା ସହିତ ପ୍ରସବ ପ୍ରକ୍ରିୟାରେ ଅସୁବିଧା ହେବନାହିଁ । ସାଧାରଣ ପ୍ରସବ ହୋଇପାରୁଥିବା ଗର୍ଭବତୀଙ୍କୁ ସିଟି ହସ୍ପିଟାଲରେ ଚିକିତ୍ସା କରାଯିବ । ପିଜି ଡାକ୍ତରୀ ଛାତ୍ରମାନେ କୋଭିଡ୍ କାର୍ଯ୍ୟରେ ନିଯୁକ୍ତ ହେବେ । ସେମାନଙ୍କ ପିଜି କୋର୍ସରେ କୋଭିଡ୍ ଚିକିତ୍ସା ଅନ୍ତର୍ଭୁକ୍ତ ହେବ ବୋଲି ଏମ୍ସିଆଇ ଗାଇଡ୍ଲାଇନ୍ ଜାରି କରିଥିବା ଅବଗତ କରାଇଥିଲେ । ଆଜିଠାରୁ ଅଶ୍ୱିନୀ ହସ୍ପିଟାଲରେ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ କରାଯିବ । ଟାଟା, ଅଶ୍ୱିିନୀ ଏବଂ ଏମ୍କେସିଜିରେ ରହିଥିବା ସମସ୍ତ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ଜିଲ୍ଲାକୁ ଆହୁରି ଅଧିକ ସଂଖ୍ୟକ ଡାକ୍ତର ଦିଆଯାଉଥିବା ଅତିରିକ୍ତ ଶଶସନ ସଚିବ କହିଥିଲେ । କୌଣସି ଅଧିକାରୀ କାର୍ଯ୍ୟରେ ଅବହେଳା କରୁଥିବା ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରାଲ୍ ପଟୱାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପ୍ରିନସିପାଲ ଡା. ଦିପ୍ତୀମୟୀ ତ୍ରିପାଠୀ, ଅଶ୍ୱିନୀ ହସ୍ପିଟାଲ ଚେୟାର୍ମ୍ୟାନ୍ ଡା. ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons