ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚନ୍ଦ୍ରଶେଖରପୁର ଶ୍ରୀ ବିହାରରେ ଗତ ଡିସେମ୍ବର ୨ରେ ଘଟିଥିବା କାର ଚାଳକ ସୁନିଲ ସେଠୀଙ୍କ ରହସ୍ୟମୟ ମୃତୁ୍ୟକୁ ନେଇ ଆଜି ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଛି ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ ଓ ମହାସେଠୀକୂଳ ଆଠଦେଶ ଦଳିତ ରଜକ ମହାସଂଘ । ପୁରୀ ବ୍ରହ୍ମଗିରିରୁ ଆସିଥିବା ୨୦୦ରୁ ଊଦ୍ଧ୍ୱର୍ ମହିଳା ପୁରୁଷ ଡମଣା ଛକରୁ ଏକ ବିଶାଳ ରାଲିରେ ବାହାରି ଥାନା ସମ୍ମୁଖରେ ନାରାବାଜି କରିଥିଲେ । ଏନେଇ ମୃତ କାର ଚାଳକ ସୁନିଲଙ୍କ ବାପା ବାବାଜୀ ସେଠୀ କହିଛନ୍ତି, ଗତ ଡିସେମ୍ବର ୨ ତାରିଖରେ କାର ମାଲିକଙ୍କ ନିଦେ୍ର୍ଧଶକ୍ରମେ ପୁରୀରୁ ଏସ୍ ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ନେଇ ସୁନିଲ ଭୁବନେଶ୍ୱରକୁ ଆସିଥିଲା । ପୁଅକୁ ଫୋନ୍ କରିଥିଲେ ମଧ୍ୟ ସେ ମୋ ଫୋନ ଉଠାଇ ନଥଲା । ପରିଦିନ ପୁଅକୁ ହତ୍ୟା କରି ଫୋପାଡି ଦିଆଯାଇଥିବା ଖବର ପାଇ ବ୍ରହ୍ମଗିରିରୁ ଭୁବନେଶ୍ୱର ଆସି ମୁଁ ଦେଖେତ ପୁଅର ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ପୁଅକୁ ହତ୍ୟା କରି ଏକ ପରିତକ୍ତ ପଡିଆରେ ଫୋପାଡି ଦିଆଯାଇଛି ।
ଏନେଇ ଗାଡି ମାଲିକ ଅମିତ୍ ମହାନ୍ତି, କାର୍ ବୁକ୍ କରିଥିବା ଯାତ୍ରୀ ଏସ୍ ଖାଁ ଏବଂ ତାଙ୍କ ପରିବାର ମୋ ପୁଅକୁ ହତ୍ୟା କରିଛନ୍ତି ବୋଲି ସୁନିଲଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାମଲାକୁ ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ମୋ ପୁଅର ହତ୍ୟାକାରୀଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ ବୋଲି ସେ କହିଛନ୍ତି । ଏମିତି ମୋ ପୁଅର ଶବ ବ୍ୟବଚ୍ଛେଦ ରିର୍ପୋଟ ମଧ୍ୟ ମତେ ମିଳି ନାହିଁ । ଥାନାକୁ ଦୈଡି ଦୈଡି ନୟାନ୍ତ ହେଲେ ମଧ୍ୟ ଥାନା ବାବୁ କିଛି ଶୁଣୁ ନାହାଁନ୍ତି ।
ଚନ୍ଦ୍ରଶେଖରପୁରଥାନା ଅଧିକାରୀଙ୍କ ନାମରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ ଥାନାଧିକାରୀ ବିଶ୍ୱ ରଞ୍ଜନ ନାୟକ ଜାଣିଶୁଣି ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଏନେଇ ଆଜି ମହାସଂଘର ୨୦୦ରୁ ଊଦ୍ଧ୍ୱର୍ ସଦସ୍ୟ ଥାନା ଘେରାଉ କରିବା ସହ ଥାନା ଅଧିକାରୀଙ୍କ ବିରୋଧରେ ନାରାବାଜି କରିଥିଲେ । କାର ଚାଳକ ସୁନିଲଙ୍କ ହତ୍ୟାରେ ସମ୍ପୃକ୍ତ ଦୋଷୀକୁ ଗିରଫ କରିବା ଓ ପରିବାରକୁ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଯାଏଁ ସେଠାରେ ଧାରଣା ଦେଇଥିଲେ । ଶେଷରେ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ସେମାନଙ୍କୁ ସାତ ଦିନ ଭିତରେ ଦୋଷୀଙ୍କୁ ଗିରଫ କରାଯିବା ସହବ୍ୟବଚ୍ଛେଦ ରିର୍ପୋଟ ପ୍ରଦାନ ଓ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ସମସ୍ତେ ଉଠିଥିଲେ । ସୁନିଲଙ୍କ ବାପାଙ୍କ ଅଭିଯୋଗ ବିଷୟରେ ଥାନାଧିକାରୀଙ୍କୁ ପଚାରିବାରେ ସେ କହିଲେ ଯେ ଏନେଇ ତଦନ୍ତ ଜାରି ରହିଛି । ମାମଲାକୁ କେହି ବି ଚାପି ରଖିନାହାନ୍ତି । ହତ୍ୟାକାଣ୍ଡ ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବିହିତ କାର୍ଯ୍ୟାନୁÂାନ ଗ୍ରହଣ କରାଯି । ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବ ।
ସୂଚନା ଥାଉକି ଗତ ଡିସେମ୍ବର ୧ରେ ଏସ୍ ଖାଁଙ୍କୁ ପୁରୀରୁ ଭଡ଼ାରେ ଆଣି ଶ୍ରୀ ବିହାରକୁ ଆସିଥିଲେ ସୁନିଲ । ପୁଣି କଟକକୁ ଭଡ଼ାରେ ଯିବା ପାଇଁ ଥିବା ବେଳେ ଡ୍ରାଇଭରଙ୍କୁ ଅପେକ୍ଷା କରିବାକୁ କହି ଏସ୍ ଖାଁ ଘର ଭିତରକୁ ଯାଇଥିଲେ । ଡ୍ରାଇଭର ସୁନିଲ୍ ଗାଡିକୁ ୟୁ ଟର୍ଣ୍ଣ କରି ଆଣି ପୁଣି ସେଠାରେ ରଖିଥିଲେ । ଘର ଭିତରୁ କାମ ସାରି ଅଧ ଘଣ୍ଟା ପରେ ଆସି ଏସ୍ ଖାଁ ଦେଖନ୍ତି ତ’ କାର ଭିତରରେ ଡ୍ରାଇଭର ନାହିଁ ହେଲେ ଚାବି ଲାଗିଛି । ସେ ଡ୍ରାଇଭରକୁ ଫୋନ କରିଥିଲେ ବି ସେ ଫୋନ ଧରି ନଥିଲେ । ଏମିତି ଫୋନ କଲାପରେ ଫୋନ ନ ଧରିବାରୁ ସେ ବାଧ୍ୟ ହୋଇ ଏକ ଉବେର କାରକୁ ଭଡ଼ା କରି କଟକ ପଳାଇ ଯାଇଥିଲେ ।
ଟ୍ରାଭେଲର ମାଲିକ ଏକଥା ଜାଣିବା ପରେ ଅନ୍ୟ ଏକ ଡ୍ରାଇଭରକୁ ପଠାଇ ରାତିରେ ସେ କାର୍କୁ ନେଇ ଯାଇଥିଲେ । ପରଦିନ ସକାଳେ ସେଇବାଟ ଦେଇ ଯାଉଥିବା କିଛି ଲୋକ ସୁନିଲଙ୍କ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚô ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ସେହିଦିନ ସୁନିଲଙ୍କ ବାପା କାର ମାଲିକ, କାର ବୁକ୍ କରିଥିବା ଯାତ୍ରୀ ଏସ୍ ଖାଁ ଏବଂ ତାଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ତାଙ୍କ ପୁଅକୁ ହତ୍ୟା କରି ଫୋପାଡି ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ ।
Comments are closed, but trackbacks and pingbacks are open.