ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିର୍ମାଣାଧିନ ଘରୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ନେପୁର ହଂସ (୩୦) । ଏହା ମୃତୁ୍ୟ ନା ଆତ୍ମହତ୍ୟା ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ନେପୁରକୁ ତାଙ୍କ ସ୍ୱାମୀ ସୁରେଶ ହତ୍ୟା କରି ଟାଙ୍ଗି ଦେଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । ଏହାପରେ ପୁଲିସ ସୁରେଶକୁ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି ।
ସୂଚନାମତେ, ମାନିଗୁଡା ପଞ୍ଚାୟତ ସିହିନାମୁଣ୍ଡା ଗାଁର ବାପାମା ଛେଉଣ୍ଡ ନେପୁର ଅଙ୍ଗନୱାଡ଼ି କର୍ମୀ ଭାବେ ନିଯୁକ୍ତି ପାଇବା ପରେ ବୋଡ଼ାଛାପର ଗାଁର ସୁରେଶ କଠାରଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ ପରେ ସୁରେଶ ଓ ନେପୁର ଏକାଠି ସିହିନାମୁଣ୍ଡା ଗାଁରେ ରହୁଥିଲେ । ଗତରାତି ତାଙ୍କର ନିର୍ମାଣାଧିନ ଘରେ ଶୋଇଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାତି ୯ଟାରେ ସୁରେଶ ନେପୁରଙ୍କ କାକା ରନôାକର ଘରକୁ ଯାଇ ନେପୁର ଆତ୍ମହତ୍ୟା କରିଦେଇଛି ବୋଲି କହିଥିଲେ । ଏକଥା ଶୁଣି ରନôାକର ହତବାକ୍ ହୋଇଯାଇ ନେପୁର ଘରକୁ ଦୌଡିଥିଲେ । ବେକରେ ଏକ ଗାମୁଛା ବନ୍ଧାଯାଇ ନିର୍ମାଣାଧିନ ଘରେ ଟଙ୍ଗା ଯାଇଥିବା ଏକ କାଠରେ ନେପୁରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଗ୍ରାମରଖିଙ୍କୁ ଖବର ଦେବା ସହ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ । ନେପୁରଙ୍କ ମୃତଦେହ ଓ ଏହାର ପାରିପାଶ୍ୱିର୍କ ଅବସ୍ଥା ଦେଖି ହତ୍ୟା କରାଯାଇଥିବା ଗାଁ ଲୋକେ ସନେ୍ଦହ କରିଥିଲେ । ରାତିରେ ବୈଠକ କରି ନେପୁରଙ୍କ ମୃତଦେହ ଝୁଲୁଥିବା ଘରର କବାଟ ବନ୍ଦ କରିଦେଇ ସକାଳୁ ପୁଲିସକୁ ଖବର ଦେଇଥିଲେ । ଖବର ପାଇ କୋମନା ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ତରବୋଡ଼ ଫାଣ୍ଡି ଅଧିକାରୀ ଲଚ୍ଛିନ୍ଦ୍ର ଚଲାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାରିପାଶ୍ୱିର୍ ଅବସ୍ଥା ଦେଖି ପୁଲିସ୍ ମଧ୍ୟ ନେପୁରକୁ ହତ୍ୟା କରାଯାଇଥିବା ସନେ୍ଦହ କରିଥିଲା । ମାଁ ନେପୁରକୁ ବାପା ସୁରେଶ ରାତିରେ ମାଡ଼ ମାରିଥିବା ନେଇ ନେପୁରର ୫ବର୍ଷିଆ ଝିଅ ପୁଲିସ ଆଗରେ ବୟାନ ଦେଇଥିବା ବେଳେ ମୃତଦେହର ଅବସ୍ଥା ଦେଖି ନେପୁରକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୁପ ଦେବାକୁ ଚେଷ୍ଟା କରାଯାଇଥିବା ନେଇ ପୁଲିସ୍ର ସନେ୍ଦହ ଦୃଢିଭୁତ ହୋଇଛି । ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସ୍ୱାମୀ ସୁରେଶକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ ବୋଲି ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
Comments are closed, but trackbacks and pingbacks are open.