ରାଜନଗର,(ବି.ବି.ନୁ୍ୟଜ୍): ରାଜନଗର ଥାନା ମାଣପଡ଼ା ଗାଁରେ ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କର ସନେ୍ଦହଜନକ ମୃତୁ୍ୟ ଘଟିବା ଓ ଆଗ-ପଛ ହୋଇ ଝିଅ-ମାଆ ଉଭୟଙ୍କ ଶବ ରହସ୍ୟମୟ ଢଙ୍ଗରେ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଗତକାଲି ସକାଳେ ପୋଖରୀରୁ ପତିତପାବନ ନାଥଙ୍କ ଝିଅ ସତ୍ୟପ୍ରିୟାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ରାତିରେ ନିଖୋଜ ଥିବା ସତ୍ୟପ୍ରିୟାଙ୍କ ମା’ ପ୍ରମିଳାଙ୍କ ମୃତଦେହ ହଂସୁଆ ନଦୀର ଗୋବର୍ଦ୍ଧନପୁରରୁ ଉଦ୍ଧାର କରାଯାଇଛି । ଏଭଳି ସ୍ଥିତିରେ ମା’, ଝିଅ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରମିଳାଙ୍କ ସ୍ୱାମୀ ପତିତପାବନ ଆଜି ଥାନାରେ ଅଭିଯୋଗ କରିିଛନ୍ତି । ଏଥିଲାଗି ସେ ତାଙ୍କ ଶାଳକ ଅଜାମ୍ୱର ବେହେରା ଓ ଶାଳକଙ୍କ ପୁଅ ସଞ୍ଜୟଙ୍କୁ ଦାୟୀ କରି କାର୍ଯ୍ୟାନୁÂାନ ଦାବି କରିଛନ୍ତି । ତାଙ୍କ ୨୨ ବର୍ଷ ବୟସ୍କା ଝିଅ ସତ୍ୟପ୍ରିୟାଙ୍କୁ ସଞ୍ଜୟ ଗର୍ଭବତୀ କରିଥିବା କଥା ମଧ୍ୟ ପତିତପାବନ ନିଜ ଏତଲାରେ ଦର୍ଶାଇଛନ୍ତି । ଏଥିସହିତ ଘଟଣା ପଛରେ ଟଙ୍କା ନେଣଦେଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ୩ ଲକ୍ଷ ଟଙ୍କାକୁ ଶ୍ୱଶୁର ଘର ଲୋକେ ଉଠାଇ ନେଇଛନ୍ତି । ଅବୈଧ ପାପ ସମ୍ପର୍କ ଲୁଚାଇବା ଓ ଟଙ୍କା ନେଣଦେଣ କାରଣରୁ ଉଭୟଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇ ରାସ୍ତାରୁ ହଟାଇ ଦିଆଯାଇଥିବା ପତିତପାବନ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଏତଲା ଆଧାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଜାମ୍ୱରଙ୍କ ପୁଅ ସଞ୍ଜୟଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।
ଅପରପକ୍ଷେ ଯୁବତୀଙ୍କ ମାମୁଘରର ଲୋକେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମାଣପଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୁହିଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ମାଣପଡ଼ା ଗାଁର ଶତାଧିକ ମହିଳା ଓ ପୁରୁଷ ରାଜନଗର ଥାନା ଆଗରେ ଧାରଣାରେ ବସିଥିଲେ । ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍ଡିପିଓ ରଞ୍ଜନ କୁମାର ଦେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ତେବେ ରିପୋର୍ଟ ଲେଖାହେବା ଯାଏ ଉଭୟଙ୍କ ଅନ୍ତିମ ସକ୍ରାର କରାଯାଇ ନଥିଲା । ଶବ ସକ୍ରାର ପାଇଁ ଜିଲ୍ଲାପାଳଙ୍କ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ପୁଲିସ ଦେଇଥିବା ସୂଚନା ଅନୁସାରେ, ପତିତପାବନ ରାଜନଗର ଥାନା ମାଣପଡ଼ା ଗ୍ରାମରେ ଘରଜ୍ୱାଇଁ ଭାବେ ରହିଆସୁଥିଲେ । ପାରିବାରିକ ବିବାଦ ହେତୁ ସେ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ନିଜ ଗାଁ ମହାକାଳପଡ଼ା ବ୍ଲକର ତନ୍ତିଆପାଳ ବାବରରେ ରହିଆସୁଥିଲେ । ମାଣପଡ଼ା ଗାଁରେ ସ୍ତ୍ରୀ ପ୍ରମିଳା ଓ ସେମାନଙ୍କର ଦୁଇଝିଅ ରହୁଥିଲେ । ବାପଘର ଗାଁରେ ରହୁଥିବାରୁ ପ୍ରମିଳା ଓ ତାଙ୍କ ଦୁଇ ଝିଅ ବାପଘର ଲୋକମାନଙ୍କ ସହ ମିଳିମିଶି ଚଳୁଥିଲେ । ପ୍ରମିଳାଙ୍କ ନିକଟରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କାକୁ ପ୍ରମିଳାଙ୍କ ଭାଇ ଅଜାମ୍ବରଙ୍କ ପୁଅ ସଞ୍ଜୟ ନେଇଥିଲେ ମଧ୍ୟ ଫେରାଇବାକୁ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲେ । ଏହି ଟଙ୍କା ପାଇଁ ପ୍ରମିଳାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସ୍ୱାମୀ ପତିତପାବନ ଅଭିଯୋଗ ଆଣିଛନ୍ତି । ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ପତ୍ନୀଙ୍କୁ ବ୍ୟାଙ୍କକୁ ଡାକିନେଇ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛନ୍ତି । ଏଥିସହିତ ତାଙ୍କ ୨ ଝିଅଙ୍କୁ ଯୋଜନାବଦ୍ଧ ଭାବେ ଅଲଗା ଅଲଗା କୋଠରୀରେ ଶୁଆଇ ମଝିଅାଁ ଝିଅକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛନ୍ତି ବୋଲି ପତିତପାବନ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ରାତିରେ ସତ୍ୟପ୍ରିୟାଙ୍କୁ ହତ୍ୟା କରି କରିବା ପରେ ଘର ପଛରେ ଥିବା ଗଡ଼ିଆରେ ଶବ ଲୁଚାଇ ଦେଇଥିଲେ । ସଞ୍ଜୟଙ୍କ ପାପସମ୍ପର୍କ ହେତୁ ତାଙ୍କ ଝିଅ ୮ ମାସର ଗର୍ଭବତୀ ହୋଇଥିବା ମଧ୍ୟ ପତିତପାବନ ଗୁରୁତର ଅଭିଯୋଗ ଆଣିଛନ୍ତି । ଦୁଇ ହତ୍ୟାକାଣ୍ଡ ପଛରେ ତାଙ୍କ ଶ୍ୱଶୂର ଘରର ସଦସ୍ୟମାନଙ୍କ ହାତ ଥିବା ନେଇ ପତିତପାବନ ଅଭିଯୋଗ କରିବା ସହିତ ପରିବାରର ସମସ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ କହିଛନ୍ତି କି’ ଅଭିଯୋଗ ପାଇବା ପରେ ଆମେ ତଦନ୍ତ ଚଳାଇଛୁ । ଗତକାଲି ସକାଳେ ପୋଖରୀରୁ ଝିଅର ମୃତଦେହ ଓ ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁରଠାରୁ ମା’ଙ୍କ ମୃତଦେହ ମିଳିଥିଲା । ଉଭୟଙ୍କ ଶବ ଆଳି ମେଡିକାଲକୁ ବ୍ୟବଚ୍ଛେଦ ପାଇ ପଠାଇ ଦେଇଛୁ । ଅବିବାହିତା ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପରେ ପେଟରୁ ୮ ମାସର ମୃତ ଶିଶୁକନ୍ୟା ବାହାରିଥିଲା । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସେହି ଆଧାରରେ ତଦନ୍ତ ଆଗେଇବ ଏବଂ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ମାଣପଡ଼ା ଗାଁରେ ପହଂଚି ତଦନ୍ତର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । କାହିଁକି ଓ କେମିତି ମା-ଝିଅଙ୍କ ମୃତୁ୍ୟ ହେଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏସ୍ପି ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ଅନ୍ୟପଟେ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଗାଁ ଲୋକେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.