
କୋରାପୁଟ, (ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କିରଣ୍ଡୁଲ-ବିଶାଖାପାଟଣା ରେଳଧାରଣାର ପରଟା ଗାଁ ନିକଟରୁ ଗିରିଧର ଗୋଲରୀ(୧୯)ଙ୍କ ମୃତଦେହ ଉଦ୍ଧାର ଘଟଣା ଭିନ୍ନ ମୋଡ଼ ନେବାକୁ ଯାଉଛି । ନନ୍ଦପୁର ଥାନାରେ ରୁଜୁ ହୋଇଛି ଏକ ହତ୍ୟା ମାମଲା । ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର, ଥାନା ଅଧିକାରୀ କପିଳେଶ୍ୱର ବେହେରା ପ୍ରମୁଖ ସାଇଣ୍ଟଫିକ୍ ଟିମ୍, ଡଗ୍ସ୍କ୍ୱାଡ୍ ସହାୟତାରେ ତଦନ୍ତ ଜାରି ରଖିଛି । କିନ୍ତୁ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ । କେବଳ ୫ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସୂଚନାଥାଉକି, ଗତ ୨୮ ତାରିଖରେ ପରଟା ଗ୍ରାମବାସୀ ଦୋଳପୂର୍ଣ୍ଣିମା ଉତ୍ସବ ପାଳନ କରୁଥିଲେ । ରାତି ପ୍ରାୟ ୮ଟା ବେଳେ ଗିରିଧର ଯାତ୍ରା ଦେଖିବାକୁ ଯାଇଥିଲେ । ପରଦିନ ସକାଳେ ତାଙ୍କ ମୃତଦେହ ରେଳଧାରଣା ଉପରେ ପଡିଥିବା କେତେକ ଲୋକ ଦେଖିବାକୁ ପାଇଥିଲେ । ଖବରପାଇ ପହଞ୍ଚିଥିଲେ ପରିବାର ଲୋକେ । ସେତେବେଳକୁ ଗିରିଧରଙ୍କ ନାକରୁ ରକ୍ତ ବାହାରୁଥିଲା ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ପୁଲିସ୍କୁ ସୂଚନା ଦେଇଥିଲେ । ଗିରିଧରଙ୍କୁ ହତ୍ୟା କରାଯାଇ ରେଳଧାରଣାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ଏସ୍ଡିପିଓ ଶ୍ରୀ ମହାପାତ୍ର ଏବଂ ପୁଲିସ୍ ଟିମ୍ । କୋରାପୁଟରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆରମ୍ଭ ହୋଇଥିଲା ତଦନ୍ତ । ଏହି ଘଟଣାରେ ପୁଲିସ୍କୁ ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ । ପରଟା ଗାଁର ୩୮ଜଣଙ୍କୁ ପୁଲିସ୍ ପଚରାଉଚରା କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଅନ୍ୟପକ୍ଷରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।
ଘଟଣା ସମ୍ପର୍କରେ ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଗିରିଧରଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଏସମ୍ପର୍କିତ କିଛି ସୁରାକ ମଧ୍ୟ ମିଳିସାରିଛି । ତଦନ୍ତ ଜାରି ରହିଛି । ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯାଇ ମାମଲାର ପର୍ଦ୍ଧାଫାସ କରାଯିବ । ତେବେ ଗାଁରେ କରୋନା କଟକଣା ସତ୍ତେ୍ୱ ହଳପୋଡିÿ ଏବଂ ନାଚଗୀତର ଆସର କିଭଳି ଜମିଥିଲା ଏବଂ କାହା ଆଦେଶରେ ଏତେ ଲୋକ ଏକଜୁଟ ହୋଇଥିଲେ, ତାହାର ତଦନ୍ତ କରାଯିବ । ଥାନା କର୍ମଚାରୀ କିଭଳି ଜାଣି ପାରିଲେ ନାହିଁ, ତାହାର ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ନିଆଯିବ ବୋଲି ସେ କହିଛନ୍ତି । ନନ୍ଦପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୁଲିସ୍ ଘଟଣାର ତନାଘନା କରୁଛି । ଦେଖିବାର କଥା, ଏହି ମାମଲାରେ ପୁଲିସ୍କୁ କେବେ ସଫଳତା ମିଳୁଛି ।
Comments are closed, but trackbacks and pingbacks are open.