ହରଡ଼ଘଣାରେ ପଡିଲେ ଯୋଗାଣ ବିଭାଗ ଅଧିକାରୀ

Get real time updates directly on you device, subscribe now.

ଭଦ୍ରକ: ଯୋଗାଣ ବିଭାଗର ଅଧିକାରୀଙ୍କ ନୂଆ ଅବତାର। ଲୋକଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ଯିବା ବେଳେ ହିତାଧିକାରୀ ତାତିଲେ। ଫେରିବା ବେଳେ ଯୋଗାଣ ବିଭାଗର ଅଧିକାରୀଙ୍କ ଗାଡି ସମ୍ମୁଖରେ ବସି ରହିଲେ। ଦୀର୍ଘ ସମୟ ପରେ ଫେରିଲେ କିନ୍ତୁ ଗଣମାଧ୍ୟମକୁ ନୀତି ନିୟମ ଦେଖାଇ କିଛି କହିବା ପାଇଁ ମନା କଲେ। ଆଉ ଲୋକେ ଯେତେବେଳେ ପଚାରିଲେ କହିଲେ କାର୍ୟ୍ୟାନୁଷ୍ଠାନ ନିଶ୍ଚିତ ହେବ। କିନ୍ତୁ ୫ ଦିନ ହେଲାଣି କେବଳ ତଦନ୍ତ ପରେ ତଦନ୍ତ ହେଉଛି ଆଉ ଲାଗୁଛି ଯେମିତି ତଦନ୍ତ ଆଳରେ ବେଆଇନକୁ ନିୟମ ସମ୍ମତ କରିବା ପାଇଁ ସମୟ ସାରୁଛି ବିଭାଗ।
ଏହି ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ତେସିଙ୍ଗା ଗ୍ରାମପଞ୍ଚାୟତର ଦୃଶ୍ୟ । ଏଠି ମେଳି ବାନ୍ଧିଛନ୍ତି ପଞ୍ଚାୟତର କେତେକ ବାସିନ୍ଦା। ସମସ୍ତେ ମିଶି ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଟକ ରଖିଛନ୍ତି। କାରଣ ସେମାନେ ଅଭିଯୋଗ କରିବା ପରେ ମଧ୍ୟ ନା ଚାଉଳ ମିଳୁଛି ନା କାର୍ୟ୍ୟାନୁଷ୍ଠାନ ହେଉଛି । କେବଳ ତଦନ୍ତ ହେଉଛି ଆଉ କାର୍ୟ୍ୟାନୁଷ୍ଠାନର ପ୍ରତିଶ୍ରୁତି ମିଳୁଛି । ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୧୯ ତାରିଖ ଦିନ ତେସିଙ୍ଗା ପଞ୍ଚାୟତର ଡିଲରଙ୍କର କୁଲଣା ନିକଟରେ ଥିବା ଏକ ଗୋଦାମ ଘରେ ଟ୍ରକରେ ଚାଉଳ ଖାଲି କରାଯାଉଥିଲା ।
ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖିଥିଲେ। ପରେ ଯୋଗାଣ ନିରୀକ୍ଷକ ଓ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କାଗଜପତ୍ର ଯାଞ୍ଚ ବେଳେ ୪୦ ବସ୍ତା ଚାଉଳ ସମ୍ପୃକ୍ତ ଡିଲରଙ୍କ ନିକଟରେ ପହଞ୍ଚିବା କଥା କିନ୍ତୁ ସେହି ଗୋଦାମରେ ୧୨୦ ବସ୍ତା ଚାଉଳ ଖାଲି କରଯାଇଥିଲା ଓ ଟ୍ରକରେ ଆହୁରି ୪୦ ବସ୍ତା ଚାଉଳ ଥିଲା । ଯୋଗାଣ ନିରୀକ୍ଷକ ବେଆଇନ ଚାଉଳ ଚାଲାଣ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଏତଲା ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons