ହରିଆନାରେ ଜୀବନ ହାରିଲେ ଓଡ଼ିଆ ଯୁବକ

Get real time updates directly on you device, subscribe now.

ରାଜକନିକା,(ବି.ବି.ନୁ୍ୟଜ୍): ପାଖରେ ଟଙ୍କା ନାହିଁ, ଖାଇବାକୁ ମିଳୁନି । ଆମେ ଯେଉଁ କମ୍ପାନୀରେ କାମ କରୁଥିଲୁ ସେ କମ୍ପାନୀ ଆମକୁ ବିଦା କରିଦେଲା । ଆମକୁ ଘରକୁ ଫେରାି ନିଆଯାଉ । ଯଦି ଓଡ଼ିଶା ସରକାର ଫେରାଇ ନ ନିଅନ୍ତି ତେବେ ଆମେ ଆତ୍ମହତ୍ୟା କରିବୁ । ସାମାଜିକ ଗଣମାଧ୍ୟମରେ ଏଭଳି ନିବେଦନ କରିଥିଲେ ହରିଆନାରେ ଫସିରହିଥିବା କିଛି ଓଡ଼ିଆ ଶ୍ରମିକ । ଏହି ଭଡିଓ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିବାର କିଛି ଘଣ୍ଟା ପରେ ହରିଆନାରେ ଫସି ରହିଥିବା ଏହି ଶ୍ରମିକଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଛନ୍ତି । ମୃତକ ରାଜକନିକା ଥାନା ବାଜପୁର ଗାଁର ଗଙ୍ଗାଧର ବିଶ୍ୱାଳ(୪୧) । ଲକ୍ଡାଉନ୍ ପାଇଁ ଜଣେ ଶ୍ରମିକ ଆତ୍ମହତ୍ୟା କରିବା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆଁ ପଞ୍ଚାୟତ ବାଜପୁର ଗାଁର ଗଙ୍ଗାଧର ହରିଆନାରେ ଏକ କମ୍ପାନିରେ କାମ କରୁଥିଲେ । କରୋନା ସଂକ୍ରମଣଜନିତ ଲକ୍ଡାଉନ୍ ଯୋଗୁଁ ସେ ଚାକିରି ହରାଇଥିଲା ବେଳେ ଘରକୁ ଫେରି ନ ପାରି ସେଠାରେ ଫସି ରହିଯାଇଥିଲେ । ହାତରୁ ଟଙ୍କା ପଇସା ଶେଷ ହୋଇଯାଇଥିବା ବେଳେ ଖାଇବା ପାଇଁ ପଇସା ନଥିଲା । ଏଭଳି ସ୍ଥିତିରେ ଗଙ୍ଗାଧର ଫେସବୁକ୍ରେ ଏକ ଭିଡିଓ ଜରିଆରେ ଘରକୁ ଫେରିବାକୁ ନିବେଦନ ମଧ୍ୟ କରିଥିଲେ । କିନ୍ତୁ ଫେରିବାର ବ୍ୟବସ୍ଥା ହୋଇ ନ ପାରିବାରୁ ଶେଷରେ ଆତ୍ମହତ୍ୟା ଭଳି କଠୋର ବାଟ ବାଛି ନେଲେ । ଗଙ୍ଗାଧର ନୁହନ୍ତି ତାଙ୍କ ସହ ହରିଆନାରେ ରହିଥିବା ରାଜକନିକାର ଅନ୍ୟ ୪ ଜଣ ଯୁବକ ମଧ୍ୟ ଏବେ ଓଡ଼ିଶା ଫେରିବାକୁ ବ୍ୟାକୁଳ ହେଉଛନ୍ତି । ଦିନକୁ ଦିନ ବଢ଼ି ଚାଲୁଥିବା ଲକ୍ଡାଉନ୍ ପାଇଁ କାମ ଧନ୍ଦା ହରାଇ ହରିଆନାରେ ଦୁଇ ମାସରୁ ଅଧିକ ସମୟ ଧରି ଭୋକ ଉପାସରେ ଥିବା ଏହି ୫ ଜଣଙ୍କୁ ନେଇ ସାରା ରାଜକନିକା ଅଞ୍ଚଳର ପ୍ରବାସୀଙ୍କ ପରିବାରରେ ନୈରାଶ୍ୟ ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons