ହଷ୍ଟେଲ୍ ଛାଡ଼ିଲେ ଛାତ୍ରଛାତ୍ରୀ

Get real time updates directly on you device, subscribe now.

ଗୋପାଳପୁର,(ବି.ବି.ନୁ୍ୟଜ୍): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମସ୍ତ ହଷ୍ଟେଲ୍ ଖାଲି କରାଯାଇଛି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପ୍ରଶାସନ ନୋଟିସ୍ ମୁତାବକ ଛାତ୍ରଛାତ୍ରୀ ହଷ୍ଟେଲ୍ ଛାଡ଼ି ନିଜ ଘରକୁ ଚାଲି ଯାଇଛନ୍ତି । କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ଉଦେ୍ଧଶ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର କୁଳପତି ଗୋବିନ୍ଦ ଜେ. ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ଛାତ୍ରାବାସ, ଛାତ୍ରୀନିବାସର ଅନ୍ତେବାସୀ ଓ ଅନ୍ତେବାସିନୀମାନେ କ୍ୟାମ୍ପସ୍ ଛାଡ଼ି ଚାଲିଯିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତି ମୁତାବକ ମଙ୍ଗଳବାର ୭ ଛାତ୍ରୀ ଓ ୫ ଛାତ୍ର ହଷ୍ଟେଲର ପ୍ରାୟ ୬୦୦ ଛାତ୍ରଛାତ୍ରୀ ହଷ୍ଟେଲ୍ ଛାଡ଼ିଥିଲେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ସହ ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ୍ ଖାଲି କରିଥିବା ୱାର୍ଡନ୍ ପ୍ରଫେସର ଭାଗିରଥି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ୟୁନିଭର୍ସିଟି ପ୍ରଶାସନ ତରଫରୁ କୌଣସି ବସ୍ ବା ଅନ୍ୟ ଯାନବାହନ ବ୍ୟବସ୍ଥା କରାଯାଇ ନଥିବାରୁ ଛାତ୍ରଛାତ୍ରୀମାନେ ନିଜସ୍ୱ ବ୍ୟବସ୍ଥାରେ ଅଟୋ, ସିଟି ବସ୍ ଓ ଅନ୍ୟାନ୍ୟ ଗାଡ଼ି ଜରିଆରେ କ୍ୟାମ୍ପସ୍ରୁ ବାହାରି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons