ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

Get real time updates directly on you device, subscribe now.

ଭୁବନେଶ୍ବର: ମିଳିଲା ଆଶ୍ବସ୍ତି। ଓଡିଶା ଫେରିପାରିବେ ପ୍ରବାସୀ ଓଡିଆ। ହାଇକୋଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଏହି ଗୋଟିଏ ଦିନରେ ବଢ଼ିଯାଇଥିଲା ପ୍ରବାସୀ ଓଡିଆଙ୍କ ସମସ୍ୟା। ସୁରତରେ ଥିବା ପ୍ରବସୀ ଓଡିଆଙ୍କ ପାଇ ଥିବା ଟ୍ରେନ ବାତିଲ ହେବା ସହ ତାମିଲ ନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବାସୀ ଓଡିଆ ଦରମା ମାଗିବାରୁ ମାଡ ମାରିଛନ୍ତି କମ୍ପାନୀ କତ୍ତୃପକ୍ଷ। ଆଉ କିଛି ଓଡିଆ ଆନ୍ଧ୍ର ପ୍ରଦେଶରେ ଭିକ ମାଗୁଥିବାବେଳେ ବେଙ୍ଗଲୁରୁରେ ଓଡିଆଙ୍କୁ ଟ୍ରେନ ବଗିରୁ ବାହାର କରିଦେଇଛନ୍ତି। ଏଭଳି ସମସ୍ୟାକୁ ଦେଖି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତୁରନ୍ତ ଆର୍ଥିକ ସାହାୟତା ଯୋଗେଇଦେବାକୁ ଦାବି କିରିଛନ୍ତି ବିଜେପି ଓ କଂଗ୍ରେସ। ଏପଟେ ରାଜ୍ୟସରାକର ସମସସ୍ତ ଘଟଣା ଉପରେ ନଜର ରଖିଛନ୍ତି। ଖୁବଶିଘ୍ର ପଦକ୍ଷେପ ନେବେ ।
ଓଡିଶା ଫେରିପାରିବେ ପ୍ରବାସୀ ଓଡିଆ। ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟଙ୍କ। ପ୍ରବାସୀ ଓଡିଆଙ୍କୁ ସନ୍ତୁଷ୍ଟ କରିଛି। କିନ୍ତୁ ଗୋଟିଏ ଦିନରେ ଓଡିଆ କିନ୍ତୁ ନାହିଁ ନଥିବା ଅସୁବିଧା ସମ୍ନା କରିଛନ୍ତି। କେଉଁଠି ଟ୍ରେନ ବାତିଲ ତ ଆଉ କେଉଠି ମାଡ ଖାଇଲେଣି ପ୍ରବାସୀ ଓଡିଆ। ଏଭଳି ସ୍ଥିତିକୁ ନେଇ ଦେଖି ତାତିଛନ୍ତି ବିରୋଧୀ । ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। କିନ୍ତ ବର୍ତମାନ ଯେଉଁ ମାନେ ଓଡିଶା ଆସିବାକୁ ବାହାରିଥିଲେ ସେମାନଙ୍କ ଅବସ୍ଥା ଭୟଙ୍କର। ସେମାନଙ୍କ ପାଖରେ ଯାହା ପଇସାଥିଲା ଟ୍ରେନ ଟିକେଟ ଦେଇଛନ୍ତିା ଏବେ ଖାଇବାକୁ ନାହିଁ ।
ତେଣୁ ସରକାର ତୁରନ୍ତ ବାହାରେ ରହିଥିବା ପ୍ରବାସୀ ଓଡିଆଙ୍କୁ ୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଘୋଷଣା କରନ୍ତୁ । କାରଣ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସେମାନଙ୍କ ପ୍ରବାସୀ ଆକାଉଣ୍ଟକୁ ପ୍ରଥମ କିସ୍ତି ୧ ହଜାର ଟଙ୍କ ପଠେଇସାରିଲେଣି। ତେଣୁ ତୁରନ୍ତ ନିଷ୍ପତି ନିଆନ୍ତୁ ।ଏପଟେ କଂଗ୍ରେସ କହିଛି ଆଗରୁ ଦାବି କରୁଥିଲୁ ସେମାନଙ୍କୁ ଟେଷ୍ଟ କରି ଆଣାଯିବାକୁ କିନ୍ତୁ ସରକାର ଶୁଣିଲେଣି। ସରାକରଙ୍କ ମଡେଲ ସରକାରଙ୍କୁ ଖାଇଛି। କୌଣସି ଯୋଜନା ନାହିଁ। ତୁରନ୍ତ ପ୍ରବାସୀ ଙ୍କୁ ପରିକ୍ଷା କରିବା ସହ, ଖାଇବା ରହିବା ବ୍ୟବସ୍ଥା କରିବାକୁ ଦାବପି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି। ଏପଟେ ବିଜେବପି ସାଂସଦ ଜୁଏଲ ଓରାମ ବି ଟୁଇଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି।
ତାମିଲନାଡୁରେ ପ୍ରବାସୀ ଓଡିଆଙ୍କୁ ମାଡ ମରା ଯାଇଥିବାବେଳେ ଆନ୍ଧ୍ର ପ୍ରଦେଶ କମ୍ପାନୀ ମାଲିକଙ୍କୁ ଟଙ୍କା ମାଗିବାରୁ ପ୍ରବାସୀ ଓଡିଆଙ୍କୁ ମାଡ ମରିଛନ୍ତି କମ୍ପାନୀ କର୍ତ୍ତୁପକ୍ଷ। ଏପଟେ ବେଙ୍ଗଲୁରରେ ପ୍ରବାସୀ ଓଡିଆଙ୍କୁ ବଗିରୁ ବାହାରି କରି ଦେଇଛନ୍ତି ସ୍ଥାନୀୟ ପ୍ରଶାସନ। ଏଭଳି ପ୍ରସଙ୍ଗ ସମ୍ନାକୁ ଆସିବା ପରେ ସରାକର ତତ୍ପର ହେବା ସହ ଏନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏପଟେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ପ୍ରବାସୀ ଓଡିଆଙ୍କୁ ଆଣିବା ପରେ ସରକାର କ୍ବାରେଣ୍ଟାଇନ ରଖିବାକୁ ବ୍ୟବସ୍ଥା କରିଯାଇଛି। ୬୭୯୮ ଗ୍ରାମ ପଞ୍ଚାୟତରେ ୧୪ ହଜାର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ୫ଲକ୍ଷର ଶର୍ୟ୍ୟାର କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ସରକାରଙ୍କ ହସ୍ତଗତ ହେବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ।
ବର୍ତମାନ ସୁଦ୍ଧା ୩୫ହଜାରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ କେରଳ, ସୁରତ ଓ ଆନ୍ଧ୍ରରୁ ଟ୍ରେନ ଏବଂ ବସରେ ଆସିଛନ୍ତି। ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏବେ କୋଲକାତା ଓ ସୁରତ ଫେରାନ୍ତାଙ୍କୁ ପାଇ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟ ବଢ଼ିବାରେ ଲାଗିଛି। ଆକ୍ରନ୍ତଙ୍କ ସଂଖ୍ୟା ୨୪୫ ଛୁଇଁଛି। ଯାହାକି ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଲୋକେ ଆତଙ୍କିତ ହେଲେଣି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons