ହାଇକୋର୍ଟଙ୍କ କ୍ଷୋଭ, ଆଜୀବନ କାରାଦଣ୍ଡ ରଦ୍ଧ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଗୁଣିଗାରେଡ଼ି ସନେ୍ଦହରେ ତିନି ଜଣଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ହାବେଳୀ ସିନ୍ଧୁ ଆଇନଗତ ସହାୟତା ପାଇନପାରି ଗଲା ୧୮ବର୍ଷ ଧରି ଜେଲ୍ ବନ୍ଦୀ ଜୀବନ ବିତାଉଛନ୍ତି । ନିଜ ପାଇଁ ଓକିଲ ଦେଇନପାରିବାରୁ ସର୍ବନିମ୍ନ ଆଇନଗତ ସହାୟତା ତାଙ୍କୁ ମିଳିନାହିଁ । ତାଙ୍କ ଜେଲ୍ କ୍ରିମିନାଲ ଅପିଲ୍ ଉପରେ ଶୁଣାଣିବେଳେ ଏହା ଜଣାପଡିବା ପରେ ହାଇକୋର୍ଟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଧ କରିବା ସହ ପୁନଃ ଶୁଣାଣି ପାଇଁ ବାରିପଦାର ସେସନ୍ସ ଜଜ୍ଙ୍କ ଅଦାଲତକୁ ମାମଲା ପଠାଇ ଦେଇଛନ୍ତି । ସେସନ୍ସ ଜଜ୍ ଏହି ମାମଲାର ଶୁଣାଣି ଆସନ୍ତା ୩ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଜଣେ ଆସାମୀ ଉପଯୁକ୍ତ ଆଇନଗତ ସହାୟତା ନପାଇବାରୁ ନ୍ୟାୟରୁ ବଞ୍ଚିତ ହେଉଥିବା ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଏକ୍ଷେତ୍ରରେ ଜିଲ୍ଲା ଜଜ୍ ବା ଟ୍ରାଏଲ୍ କୋର୍ଟ ପକ୍ଷରୁ ଡିଫେନ୍ସ କାଉନ୍ସେଲ୍ ବା ଆମିକସ୍କୁ୍ୟରୀ ନିଯୁକ୍ତି ପାଇଁ ପଦକ୍ଷେପ ନେବାଲାଗି ହାଇକୋର୍ଟ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରତିପକ୍ଷଙ୍କ ପାଇଁ ଓକିଲ ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟ ତାଙ୍କ ନିଦେ୍ର୍ଧଶାବଳୀରେ ଉଲ୍ଲେଖ କରିଛନ୍ତି, ଯେତେବେଳେ କୌଣସି ମାମଲାରେ ଅଭିଯୁକ୍ତ ପକ୍ଷରୁ କେହି ଓକିଲ ଉପସ୍ଥିତ ହେଉନାହାନ୍ତି ସେ କ୍ଷେତ୍ରରେ ଆଇନ ସହାୟତା ପାଇଁ ଯେଉଁସବୁ ବ୍ୟବସ୍ଥା ରହିଛି ସେଥିପ୍ରତି ସେସନ୍ସ ଜଜ୍ ଦୃଷ୍ଟି ଦେବା ଆବଶ୍ୟକ । ଯେତେବେଳେ ଜିଲ୍ଲା ଜଜ୍ ଡିଫେନ୍ସ କାଉନସେଲ୍ ବା ଆମିକସ୍କୁ୍ୟରୀଙ୍କ ତାଲିକା ପ୍ରସ୍ତୁତ କରିବେ ସେଥିରେ ଯେଉଁମାନଙ୍କର ଆଇନ ସେବାରେ ସର୍ବନିମ୍ନ ୧୦ବର୍ଷର ଅଭିଜ୍ଞତା ଥିବ ସେହିମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବେ । ଯେଉଁମାନଙ୍କୁ ଡିଫେନ୍ସ କାଉନ୍ସେଲ୍ ଭାବେ ଜିଲ୍ଲାଜଜ୍ ନିଯୁକ୍ତି ଦେବେ ସେମାନଙ୍କ ସମ୍ପର୍କରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟେ୍ରଟ୍, ସିଭିଲ୍ କୋର୍ଟର ରେଜିଷ୍ଟ୍ରାର, ପବ୍ଲିକ୍ ପ୍ରୋସିକୁ୍ୟଟର, ସ୍ଥାନୀୟ ବାର୍ର ସଭାପତିଙ୍କଠାରୁ ମତାମତ ନେଇପାରିବେ । ଜିଲ୍ଲା କୋର୍ଟ ଅଫିସ୍ ଦ୍ୱାରା ପ୍ରସ୍ତୁତ ଡିଫେନ୍ସ କାଉନସେଲ୍ଙ୍କ ତାଲିକାକୁ ଟ୍ରାଏଲ୍ କୋର୍ଟ ଯାଞ୍ଚ୍ କରିପାରିବେ । କେବଳ ସେତିକି ନୁହେଁ, ଟ୍ରାଏଲ୍ କୋର୍ଟ ଯେଉଁ ମାମଲାର ଶୁଣାଣି କରୁଥିବେ ଉକ୍ତ ମାମଲା ପାଇଁ ସେହି ତାଲିକା ଭିତରୁ କେହି ପସନ୍ଦ ନହୁଅନ୍ତି ତାହେଲେ ସେ ନିଜ ପସନ୍ଦରେ ଜଣେ ଓକିଲଙ୍କୁ ନିଯୁକ୍ତ ଦେଇପାରିବେ । କେବଳ ସେତିକି ନୁହେଁ, ଯଦି ବି’ ଜିଲ୍ଲା କୋର୍ଟ ଅଫିସ୍ ଦ୍ୱାରା ପ୍ରସ୍ତୁତ କାଉନସେଲ୍ଙ୍କ ତାଲିକା ବାହାରୁ କାହାରିକୁ ମାମଲା ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଥାଏ ତାହେଲେ ସମ୍ପୃକ୍ତ କାଉନସେଲ୍ ଦେୟ ଦେବାରେ ବିଳମ୍ବ କରାଯିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ନିଦେ୍ର୍ଧଶନାମାରେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons