କଟକ,(ବି.ବି.ନୁ୍ୟଜ୍): ୬୫ ବର୍ଷ ବୟସରୁ ଅଧିକ ବୟସ୍କ ଆଇନଜୀବୀମାନଙ୍କୁ ବର୍ତ୍ତମାନ ସମୟରେ କୋର୍ଟ ଆସିବାକୁ ମନା କରିଛନ୍ତି ହାଇକୋର୍ଟ । ଏହି ଆଇନଜୀବୀମାନେ ଯଦି ଚାହିବେ ତାହେଲେ ତାଙ୍କ ଘରୁ ରହି ଭିଡିଓ କନ୍ଫରେନ୍ସିଂ ଜରିଆରେ ସେମାନଙ୍କ ମାମଲା ପରିଚାଳନା କରିପାରିବେ । ଏଥିପାଇଁ ସେଣ୍ଟ୍ରାଲ ପ୍ରୋଜେକ୍ଟ କୋର୍ଡିନେଟର ସମ୍ପୃକ୍ତ ଆଇନଜୀବୀଙ୍କୁ ଲିଙ୍କ୍ ପ୍ରଦାନ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତିି । ଆଜି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଏବଂ ହାଇକୋର୍ଟ ବାର୍ ଆସୋସିଏସନ୍ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଦେ୍ର୍ଧଶନାମା ଜାରି କରାଯାଇଛି ।
ଏହି ନିଦେ୍ର୍ଧଶନାମାରେ କୁହାଯାଇଛି ଯେ, ଯେଉଁ ଆଇନଜୀବୀମାନଙ୍କର ବୟସ ୬୫ରୁ ଊଦ୍ଧ୍ୱର୍ ସେମାନଙ୍କୁ ଅଦାଲତକୁ ନଆସିବା ଲାଗି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯିବ । ଯଦି ଏହି ବୟସର କୌଣସି ଆଇନଜୀବୀ କିଛି ମାମଲା ପରିଚାଳନା କରିବାକୁ ଚାହୁଥାନ୍ତି ତାହେଲେ ତାଙ୍କୁ ସେଣ୍ଟ୍ରାଲ ପ୍ରୋଜେକ୍ଟ କୋର୍ଡିନେଟର ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ । ଯେଉଁ ଲିଙ୍କ୍ ସାହାଯ୍ୟରେ ସେ ତାଙ୍କ ଘରେ ରହି ଭିଡିଓ କନ୍ଫରେନ୍ସିଂ ଜରିଆରେ ତାଙ୍କ ଯୁକ୍ତି ଉପସ୍ଥାପନ କରିପାରିବେ । ସେହିପରି ଯଦି କୌଣସି ଆଇନଜୀବୀଙ୍କର କାର୍ଯ୍ୟ ଶେଷ ହୋଇଯାଉଛି ସେମାନେ କୋର୍ଟ ପରିସରରେ ଉପସ୍ଥିତ ନରହିବାକୁ ମଧ୍ୟ କୁହାଯାଇଛି । ଆହୁରିମଧ୍ୟ ଆଇନଜୀବୀମାନେ ଭିଡିଓ କନ୍ଫରେନ୍ସିଂ ହଲ୍ରେ ଉପସ୍ଥିତ ରହିଲାବେଳେ ସାମାଜିକ ଦୂରତ୍ୱକୁ ମାନିବା ସହ ଅତି ବେଶୀରେ ଭିଡିଓ କନ୍ଫରେନ୍ସିଂ ହଲ୍ରେ ୪ରୁ ୫ ଜଣ ସଦସ୍ୟ ଯେପରି ଉପସ୍ଥିତ ରୁହନ୍ତି ସେ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ଏହାର ସଦସ୍ୟମାନଙ୍କୁ ଅନୁରୋଧ କରିବ । କୋର୍ଟର ଯେଉଁ ସ୍ଥାନରେ ୫ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ହେବାର ସମ୍ଭାବନା ରହିଛି ସେହିସବୁ ସ୍ଥାନକୁ ବାରମ୍ବାର ବିଶୋଧନ ଯେପରି କରାଯିବ ତାହାକୁ ସହକାରୀ ରେଜିଷ୍ଟ୍ରାର ସୁନିଶ୍ଚିତ କରିବେ । କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଯେଉଁସବୁ ନିଦେ୍ର୍ଧଶାବଳୀ ଜାରି କରାଯାଇଛି ତାହାକୁ କଡାକଡି ଭାବେ ଲାଗୁ କରିବାକୁ କୋର୍ଟ ପରିସରରେ ଅଧିକରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହେବା ଦିଗରେ ଡେପୁଟି ରେଜିଷ୍ଟ୍ରାର(ପ୍ରୋଟୋକଲ) ପଦକ୍ଷେପ ନେବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
Comments are closed, but trackbacks and pingbacks are open.