ହାଇକୋର୍ଟରେ ଅଚଳାବସ୍ଥା ପାଇଁ:ସୁପ୍ରିମ୍ କୋର୍ଟ କ୍ଷୁବ୍ଧ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଆଇନଜୀବୀ ଆନେ୍ଦାଳନ ଯୋଗୁଁ ଓଡ଼ିଶା ହାଇକୋର୍ଟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, କୋର୍ଟକୁ ଅଚଳ କରି ଦିଆଯିବାଟା କଦାପି ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ନ୍ୟାୟପାଳିକାକୁ ସ୍ଥାଣୁ ବା ଅଚଳ କରି ରଖାଯାଇ ପାରିବନି । ହାଇକୋର୍ଟ ରୂପୀ ନ୍ୟାୟର ମନ୍ଦିରକୁ ଖୋଲା ରଖିବା ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ଯଦି ସ୍ଥାନୀୟ ପୁଲିସ ସୁରକ୍ଷା ଦେବାରେ ବିଫଳ ବା ଅସମର୍ଥ ହେଉଥାଏ, ତେବେ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦିଆଯାଇ, ହାଇକୋର୍ଟରେ ଅର୍ଦ୍ଧସାମରିକ ବାହିନୀ (ପାରାମିଲିଟାରୀ ଫୋର୍ସ) ମୁତୟନ କରାଯିବ ।
ମହାନଦୀ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ରୁଜୁ ଏକ ମାମଲାର ଶୁଣାଣି ଅବସରରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କିଶନ୍ କାଉଲ୍ ଏବଂ ଜଷ୍ଟିସ୍ କେ.ଏମ୍. ଯୋସେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ, ଓଡ଼ିଶା ହାଇକୋର୍ଟରେ ଲାଗିରହିଥିବା ଅଦାଲତି ଅଚଳାବସ୍ଥାକୁ ନେଇ ଏହିଭଳି କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଏମ୍ସିଏଲ୍ର ଏକ ମାମଲା ହାଇକୋର୍ଟରେ ଶୁଣାଣି ହେବାର ଥିଲା । କିନ୍ତୁ ଆଇନଜୀବୀଙ୍କ ଆନେ୍ଦାଳନ ଯୋଗୁଁ ଏହି ମାମଲାର ଶୁଣାଣି ହୋଇନପାରିବା କାରଣରୁ ଏମ୍ସିଏଲ୍ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ସୁପ୍ରିମ କୋର୍ଟ ସ୍ଥାନାନ୍ତର କରାଯିବାକୁ ଆବେଦନ କରିଥିଲା । ମାମଲାର ଶୁଣାଣି ଅବସରରେ ସୁପ୍ରିମ୍ କୋର୍ଟ ଆଇନଜୀବୀଙ୍କ ଆନେ୍ଦାଳନ ପାଇଁ ହାଇକୋର୍ଟ କିପରି ଅଚଳ ହୋଇଯାଇଛି ତାହା ଜାଣିବାକୁ ପାଇଥିଲେ । ଏଣୁ ଏ ପ୍ରସଂଗରେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରାଯାଇଥିଲା ।
ଆଜି ରେଜିଷ୍ଟ୍ରାର୍ ଜେନେରାଲ୍ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ ଜଣେ ଆଇନଜୀବୀ ଅଦାଲତରେ ଉପସ୍ଥିତି ଦର୍ଶାଇ ଏ ସଂପର୍କରେ ଜବାବ ରଖିଥିଲେ । ରେଜିଷ୍ଟ୍ରାର୍ ଜେନେରାଲ୍ ନିଜ ରିପୋର୍ଟରେ କୋର୍ଟ କାର୍ଯ୍ୟ ଚଳାଇ ରଖାଯିବାରେ କୌଣସି ସମସ୍ୟା ନାହିଁ ବୋଲି ଉଲ୍ଲେଖ କରିଥିଲେ । ଅପରପକ୍ଷରେ, ହାଇକୋର୍ଟ ପକ୍ଷରୁ ଉପସ୍ଥିତି ଦର୍ଶାଇଥିବା କାଉନସେଲ୍ ଭିନ୍ନ ଚିତ୍ର ଦେଖାଇଥିଲେ । ହାଇକୋର୍ଟ କିପରି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି ସେ ସମ୍ପର୍କରେ ସୁପ୍ରିମ୍ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଗତ ୨୧ ତାରିଖରେ ହାଇକୋର୍ଟରେ ଚାଲିଥିବା ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ବେଳେ କିପରି ଅପ୍ରୀତିକର ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ମାମଲାର ଶୁଣାଣି ଘୁଞ୍ଚାଇବାକୁ ପଡ଼ିଥିଲା ସେ ସମ୍ପର୍କରେ ମଧ୍ୟ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ।
ଏହାପରେ ସୁପ୍ରିମ୍ କୋର୍ଟ ପୂରା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଉଦ୍ବେଗ ପ୍ରକଟ କରିଥିଲେ । କହିଥିଲେ, କିଛି ଲୋକଙ୍କ ସ୍ୱାର୍ଥ ପାଇଁ ପୂରା ଅଦାଲତକୁ ଅଚଳ କରି ଦିଆଯାଇ ପାରିବ ନାହିଁ । ଆଇନର ମନ୍ଦିର ହାଇକୋର୍ଟକୁ ଖୋଲା ରଖିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ । ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଦିଗରେ ହାଇକୋର୍ଟ କିଛି ପଦକ୍ଷେପ ନେଇଛନ୍ତି କି ନାହିଁ ସୁପ୍ରିମ୍ କୋର୍ଟ ତାହା ଜାଣିବାକୁ ଚାହିଥିଲେ । ଯଦି ସ୍ଥାନୀୟ ପୁଲିସ୍ ସୁରକ୍ଷା ଯୋଗାଇବାରେ ଅକ୍ଷମ ହେଉଥାଏ ତାହେଲେ ଆବଶ୍ୟକତା ଅନୁଯାୟୀ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ ବୋଲି ମତ ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା କଥା ଦର୍ଶାଇ ନୋଟିସ୍ ମଧ୍ୟ ଜାରି କରିଥିଲେ । ପୁଣି, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ହାଇକୋର୍ଟକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେଇ, ସ୍ଥିତି ଜଣାଇବା ନିମନ୍ତେ ଓଡ଼ିଶା ହାଇକୋର୍ଟଙ୍କୁ ଦୁଇ ଦିନ ସମୟ ଦେଇଥିଲେ । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି । ତା’ ଭିତରେ ହାଇକୋର୍ଟ ନିଜ ସ୍ଥିତି ଜଣାଇବେ ।
ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ବାହାର ବାର୍ରୁ ଜଣେ ଆଇନଜୀବୀଙ୍କୁ ଜଜ୍ ଭାବେ ଚୟନ କରାଯିବା ଏବଂ ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବି ପୂରଣ କରାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲି ଆସୁଥିଲା । ତେବେ ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ବାର୍ ଆସୋସିଏସନ୍ର ସଦସ୍ୟ ଆଇନଜୀବୀମାନେ ବିଭିନ୍ନ ସମୟରେ କୋର୍ଟ ବର୍ଜନ, କାର୍ଯ୍ୟବନ୍ଦ ଆନେ୍ଦାଳନ କରୁଥିବାରୁ ହାଇକୋର୍ଟ ନିଜ ଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜୁ କରି ଗତ ୧୫ ତାରିଖ ଦିନ ଶୁଣାଣି ଆରମ୍ଭ କରିଥିଲେ । ଓଡ଼ିଶା ବିଚାର ବିଭାଗ ଇତିହାସରେ ସେଦିନ ଏକ ନୂଆ ଫର୍ଦ୍ଧ ଯୋଡ଼ି ହୋଇଥିଲା ଓ ହାଇକୋର୍ଟର ୧୪ ଜଣିଆ ଫୁଲ୍ ବେଞ୍ଚ୍ ମାମଲାର ଶୁଣାଣି କରି ହାଇକୋର୍ଟ ବାର୍ ସମେତ ରାଜ୍ୟର ୬୮ଟି ବାର୍କୁ ଜବାବ ମାଗି ନୋଟିସ୍ ଜାରି କରିଥିଲେ ।
ଗତକାଲି ମାମଲାର ଶୁଣାଣି ବେଳେ ପକ୍ଷମାନେ କୋର୍ଟରେ ଉପସ୍ଥିତ ହୋଇ ନିଜ ଉପସ୍ଥିତି ଦର୍ଶାଇଥିବା ବେଳେ ଆସନ୍ତା ନଭେମ୍ବର ୪ ସୁଦ୍ଧା ନିଜ ନିଜ ଜବାବ ରଖିବାକୁ ସମସ୍ତଙ୍କୁ କୁହାଯାଇଛି । ଅପରପକ୍ଷରେ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲୁରହିବ ବୋଲି ହାଇକୋର୍ଟ ବାର୍ ନିଷ୍ପତ୍ତି ନେଇଛି । ସେହିଦିନ ପୁଣି ଆନେ୍ଦାଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ତେବେ ସୁପ୍ରିମ କୋର୍ଟଙ୍କ ଆଜିକାର ଆଦେଶନାମା ଓ କଠୋର ଆଭିମୁଖ୍ୟ ପରିପ୍ରେକ୍ଷୀରେ ଆଇନଜୀବୀ ଆନେ୍ଦାଳନ ଏକ ନୂଆ ମୋଡ଼ରେ ପହଞ୍ଚି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons