ସମ୍ବଲପୁର : ପଶ୍ଚିମ ଓଡିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଆଜି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ୟ୍ୟାଳୟ ବନ୍ଦ ରହିବା ସହ, ବ୍ୟାଙ୍କ ବୀମା ପୋଷ୍ଟ ଅଫିସ୍ ବନ୍ଦ ରହିଛି । ସେପଟେ ଓକିଲମାନେ କଚେରୀ ଛକରେ ଧାରଣାରେ ବସି ରହିବା ସହ, ବିଚାରପତିମାନଙ୍କୁ କୋର୍ଟ ପରିସରକୁ ଛାଡିଦେଇନଥିଲେ। ଫଳରେ ଜିଲ୍ଲାର ସମସ୍ତ କୋର୍ଟକାର୍ୟ୍ୟ ଠପ୍ ହୋଇଯାଇଛି। ସମ୍ବଲପୁର ଭଳି ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ଓକିଲମାନେ ବନ୍ଦ ପାଳନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ବିଭାଗୀୟ ସଚିବଙ୍କ କମିଟି ବୈଠକ ଡାକିବା ଓ କେନ୍ଦ୍ର ସରକାରଙ୍କୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି, ସିଏସିର ପ୍ରମୁଖ ମୁଖପାତ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.