ହାଇଦ୍ରାବାଦ ଓପନ ଟାଇଟଲ ଜିତିଲେ ସୌରଭ

Get real time updates directly on you device, subscribe now.

ହାଇଦ୍ରାବାଦ: ଭାରତୀୟ ଖେଳାଳି ସୌରଭ ବର୍ମା ଚଳିତ ହାଇଦ୍ରାବାଦ ଓପନ ସୁପର ୧୦୦ ବ୍ୟାଡ଼ମିଣ୍ଟନରେ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ଫାଇନାଲ୍ରେ ସେ ୨୧-୧୩, ୧୪-୨୧, ୨୧-୧୬ ଗେମ୍ରେ ସିଙ୍ଗାପୁର ଖେଳାଳି ଲୋହ କିନ୍ ୟୁ’ଙ୍କୁ ପରାସ୍ତ କରିଥିଲେ । ଏଥିସହ ସୌରଭ ତାଙ୍କ କ୍ୟାରିୟରର ତୃତୀୟ ସୁପର ୧୦୦ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ଗତବର୍ଷ ସେ ଡଚ୍ ଓପନ ଓ ରୁଷିଆ ଓପନ ସୁପର ୧୦୦ ଟାଇଟଲ ଜିତିଥିଲେ । ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଜାତୀୟ ଚାମ୍ପିଅନ୍ ସୌରଭ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମ୍କୁ ଏକତରଫା ଭାବେ ୨୧-୧୩ରେ ଜିତି ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ଗେମ୍ରେ ସିଙ୍ଗାପୁର ଖେଳାଳି ଲୋହ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ୨୧-୧୪ରେ ବିଜୟୀ ହୋଇ ମ୍ୟାଚ୍କୁ ସମାନ ସ୍ତରକୁ ଆଣିଥିଲେ । ତୃତୀୟ ଗେମ୍ରେ ସୌରଭ ଓ ଲୋହଙ୍କ ମଧ୍ୟରେ ପ୍ରତି ପଏଣ୍ଟ ପାଇଁ କଡ଼ା ଟକ୍କର ହୋଇଥିଲା । ଭାରତୀୟ ଖେଳାଳି ଅଗ୍ରଣୀ ବଜାୟ ରଖି ୨୧-୧୬ରେ ବାଜି ମାରି ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons