ହାଇଦ୍ରାବାଦ : ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ । ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ । ତେଲେଙ୍ଗାନା ପୋଲିସର ଏହି ଆକ୍ସନକୁ ସୋସିଆଲ ମିଡିଆରେ ଜୋରଦାର ପ୍ରଶଂସା । ଦୋଷୀଙ୍କୁ ଯଥାର୍ଥ ଦଣ୍ଡ ମିଳିଛି । ସାବାସ୍ ପୋଲିସ । ସୋସିଆଲ ମିଡିଆରେ ଏମିତି କିଛି ରିଆକ୍ସନ ପୋଷ୍ଟ ହୋଇଛି । ଘଟଣାସ୍ଥଳରେ ଥିବା ପୋଲିସ ଉପରକୁ ସାଧାରଣଲୋକେ ଫୁଲ ପକାଇ ସ୍ବାଗତ କରିଥିବାର ଦେଖିବାକୁ ମିଳିଛି । ଦୋଷୀଙ୍କୁ ଯଥାର୍ଥ ଦଣ୍ଡ ମିଳିଛି ।
ତେଲାଙ୍ଗାନା ହାଇଦ୍ରାବାଦ ଏନକାଉଣ୍ଟର ପରେ ସମସ୍ତେ ପୋଲିସ କମିଶନର ସିପି ସଜ୍ଜନାରଙ୍କୁ ସାଧୁବାଦ ଜଣାଇଛନ୍ତି । ଗତ ୨୭ ତାରିଖରେ ସ୍କୁଟିରୁ ଘରକୁ ଫେରୁଥିବା ଜଣେ ମହିଳା ଡାକ୍ତରଙ୍କୁ ୪ଜଣ ଅଭିଯୁକ୍ତ ପ୍ରଥମେ ଦୁଷ୍କର୍ମ କରିବା ସହ ଜିଅନ୍ତା ଜାଳିଦେଇଥିଲେ। ଘଟଣା ଘଟିବାର କିଛି ଘଣ୍ଟାପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୬୦ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏକ ସପ୍ତାହ ମଧ୍ୟରେ ଜଘନ୍ୟ ଅପରାଧ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଛି । ସେନେଇ ପୋଲିସ କମିଶନରଙ୍କୁ ସ୍ଗାବତ ଓ ଶୁଭେଚ୍ଛା ଜଣାଇଛନ୍ତି ।
ପୋଲିସ ଏନକାଉଣ୍ଟରେ ଚାରି ଅଭିଯୁକ୍ତ ମୃତ୍ୟୁବରଣ କରିବା ପରେ ତେଲେଙ୍ଗାନା ପୋଲିସକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆସନ୍ତୁ ଦେଖିବା କିଏ କଣ କହିଛନ୍ତି ।
ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ କହିଛନ୍ତି ଯେ, ଉତ୍ତରପ୍ରଦେଶ ପୋଲିସ ହାଇଦ୍ରାବଦ ପୋଲିସ ଠାରୁ କିଛି ଶିଖିବା ଦରକାର । ଅପରାଧୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ଦରକାର । ଦିଲ୍ଲୀ ଡିସିପି ସ୍ପେଶାଲ ସେଲ ସଂଜୀବ ଯାଦବ କହିଛନ୍ତି ଯେ, ହାଇଦ୍ରବାଦ ପୋଲିସକୁ ଶୁଭେଚ୍ଛା ଜଣାଉଛନ୍ତି ।
କିପରି ହେଲା ଏନକାଉଣ୍ଟର
ଶୁକ୍ରବାର ସକାଳ ୩.୩୦ସମୟରେ, ପୋଲିସ ରିମାଣ୍ଜରେ ସମସ୍ତ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ ପାଇ ଯାଇଥିଲା । ପୋଲିସ ପୂରା ଘଟଣାକୁ ଯାଞ୍ଚ ମଧ୍ୟ କରୁଥିଲା। ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ । ଠିକ ଏହି ସମୟରେ ପୋଲିସ ଗୁଳି ଚଳାଇବା ଛଡା ଅନ୍ୟ କୌଣସି ଉପାୟ ନଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲେ , କିନ୍ତୁ ପୋଲିସ ଗୁଳିରେ ସମସ୍ତ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି । ଏନକାଉଣ୍ଟର ପରେ ସମସ୍ତ ମୃତଦେହକୁ ସରକାରୀ ମେଡିକାଲରେ ପଠାଯାଇଛି ।
ତେଲେଙ୍ଗାନାର ବାରଙ୍ଗଲରେ ଏହା ପୂର୍ବରୁ ୨୦୦୮ରେ ଜଣେ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗା ଯାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। କିନ୍ତୁ କିଛି ଦିନ ପରେ ଏହି ଘଟଣାର ଅଭିଯୁକ୍ତଙ୍କୁ ଏନକାଣ୍ଟରରେ ମାରି ଦିଆଯାଇଥିଲା। ଅଭିଯୁକ୍ତମାନେ ରିମାଣ୍ଡରେ ଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତି ଜବାବରେ ପୋଲିସ ଏନକାଉଣ୍ଟର କରି ଏମାନଙ୍କୁ ନିପାତ କରିଥିଲା। ସେହି ସମୟରେ ସଜନ୍ନାର ବାରଙ୍ଗଲରେ ପୋଲିସ ସୁପରିଟେଣ୍ଡଣ୍ଟ ଭାବେ କାର୍ୟ୍ୟରତ ଥିଲେ ।


Comments are closed, but trackbacks and pingbacks are open.