ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିଚୟ ପ୍ରକାଶ କରିଥିବା ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆ ସାଇଟକୁ ନୋଟିସ୍
ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ମଙ୍ଗଳବାର ନ୍ୟୁଜ ଚାନେଲ ଓ ସୋସିଆଲ ମିଡିଆ ସାଇଟକୁ ନୋଟିସ୍ ଜାରି କରିଛନ୍ତି। ପୋଲିସ ପୀଡିତାଙ୍କ ପରିଚୟ ସ୍ପଷ୍ଟ କରିବା ଓ ଅଭିଯୁକ୍ତଙ୍କ ଛବିକୁ ଦେଖାଇବା ପାଇଁ କିଛି ନ୍ୟୁଜ ଚାନେଲ ଓ ସାଇଟକୁ ନୋଟିସ୍ ଜାରି କରି ଏହା ଉପରେ ରୋକ ଲଗାଇବା ପାଇଁ କହିଛନ୍ତି।
ଏହି ମାମଲାର ଯାଞ୍ଚ କରୁଥିବା ସାଇବରାବାଦ ପୋଲିସ କହିଛି, କିଛି ପ୍ରିଣ୍ଟ ମିଡିଆ(ଖବର କାଗଜ), ଇଲେକଟ୍ରୋନିକ୍ ମିଡିଆ(ଟିଭି) ଓ ସୋସିଆଲ ମିଡିଆରେ ତଦନ୍ତ ସମ୍ପର୍କିତ ଦସ୍ତାବିଜର ମଧ୍ୟ ପ୍ରସାରଣ ଓ ପ୍ରକାଶ କରାଯାଇଛି। କିଛି ସମାଚାର ଚ୍ୟାନେଲ ଦସ୍ତାବିଜ୍ ଦେଖାଇଛି, ଯେଉଁଥିରେ ବାଧା ସୃଷ୍ଟି ହୋଇଥିଲା।
ଏହି କାରଣରୁ ପୋଲିସ ଅପରାଧିକ ପକ୍ରିୟା ସଂହିତା(ସିଆରପିସି)ର ଧାରା ୧୪୯ ଅନୁସାରେ ନୋଟିସ୍ ଜାରି କରିଛି ଯେ, ଏଭଳି ଏକ ସାମଗ୍ରୀର ପ୍ରସାରଣ ବନ୍ଦ କରିବାକୁ କୁହ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, କିଛି ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆ ଉପଯୋଗକାରୀ ଲଗାତାର ଭାବରେ ପୀଡିତ, ଅଭିଯୁକ୍ତ ଓ ଯାଞ୍ଚ ସମ୍ପର୍କିତ ଦସ୍ତାବିଜର ଫଟୋର ପ୍ରସାରଣ ଓ ପୋଷ୍ଟ କରୁଛନ୍ତି।
Comments are closed, but trackbacks and pingbacks are open.