ହାଇପରସୋନିକ ଯାନର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର(ବି.ବି.ନୁ୍ୟଜ୍): ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିÂାନ(ଡିଆର୍ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବ୍ଦୁଲ୍ କାଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡ୍ରୁ ହାଇପର୍ସୋନିକ୍ ଯାନ(ଏଚ୍ଏସ୍ଟିଡିଭି/ହାଇପର୍ସୋନିକ୍ ଟେକ୍ନୋଲୋଜି ଡେମୋନ୍ଷ୍ଟେ୍ରସନ୍ ଭେଇକିଲ୍)ର ସଫଳ ପରୀକ୍ଷଣ ହୋଇଯାଇଛି । ଭାରତୀୟ ଜ୍ଞାନ କୌଶଳରେ ଏହି ଯାନ (ଏୟାରକ୍ରାଫ୍ଟ) ନିର୍ମାଣ ହୋଇଛି । ସୋମବାର ପାଗ ଅନୁକୂଳ ଥିବାରୁ ପୂର୍ବାହ୍ନ ୧୧ଟା ୩ରେ ୪ନଂ ଲଞ୍ଚ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଛି । ଏଚ୍ଏସ୍ଟିଡିଭି ର ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଆଉ ଏକ ସଫଳତାର ମାଇଲ୍ଖୁଣ୍ଟ ଅତିକ୍ରମ କରିଥିବା କୁହାଯାଉଛି ।
୧ ମାଟ୍ରିକ୍ ଟନ୍ ଓଜନ ଓ ୧୮ ଫୁଟ୍ ଲମ୍ବର ଏହି ଏୟାରକ୍ରାଫ୍ଟର ମଝିରେ ସ୍କ୍ରାମ୍ଜେଟ୍ ଇଂଜିନ୍ ଲାଗିଛି । ଏହା ଅତି ଦ୍ରୁତ ବେଗରେ ଗତି କରିପାରୁଥିବାରୁ ଏହାକୁ ହାଇପର ସୋନିକ୍ ଗତିଶୀଳ ଯାନ (ଏଚ୍ଏସ୍ଟିଡିଭି) କୁହାଯାଉଛି । ଏଚ୍ଏସ୍ଟିଡିଭି ଦ୍ୱାରା ମହାକାଶକୁ ଭାରତ ଖୁବ୍ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ । ଖାଲି ସେତିକି ନୁହେଁ, ଏହି ଅତ୍ୟାଧୁନିକ ସାଧନକୁ ଉପଯୋଗ କରି ଭାରତ ଆକାଶ ମାର୍ଗରେ ଶତ୍ରୁ ପକ୍ଷର ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ଓ ସମୁଦ୍ର ପତନ ଠାରୁ ୍ର ୩୨ କି.ମି ଉଚ୍ଚରୁ ସବୁ ପ୍ରକାର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହୋଇପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍ଏସ୍ଟିଭିର ଡିଜାଇନ୍ ୨୦୦୪ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୧୦ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ସଫଳ ପରୀକ୍ଷଣ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons