ହାଟ ପଡ଼ିଆରୁ ବୃଦ୍ଧାଙ୍କ ମୁଣ୍ଡ ବିହୀନ ଶରୀର ଉଦ୍ଧାର

Get real time updates directly on you device, subscribe now.

ମୟୁରଭଞ୍ଜ: ହାଟପଡ଼ିଆରୁ ବୃଦ୍ଧାଙ୍କ ମୁଣ୍ଡ ବିହୀନ ଶରୀର ଆଜି ସକାଳେ ଜବତ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ପଞ୍ଚାୟତ ବାଲିଭୋଳ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମୁଣ୍ଡ ବିହୀନ ଶରୀରକୁ ପୁଲିସ ଚିହ୍ନଟ କରିଛି । ମୃତକ ଜଣକ ହେଲେ ବାଲିଭୋଳ ଗ୍ରାମର ସ୍ୱର୍ଗତ ଚୈତନ୍ୟ ହାଁସଦାଙ୍କ ସ୍ତ୍ରୀ ଯମୁନା (୬୩) ।
ଗତ ଶନିବାର ଯମୁନା ନିକଟସ୍ଥ ହାଟପଡ଼ିଆକୁ ଯାଇଥିଲେ । ସେଠାରେ ତାଙ୍କ ପୁଅଲକ୍ଷ୍ମଣ ହାଁସଦା ଓ ବୋହୂ ଚଣା ଭଜା ଦୋକାନ ଦେଇ ବସିଥିଲେ । ଯମୁନା ପୁଅପାଖରୁ ୧୦ ଟଙ୍କା ମାଗି ହାଟରୁ ହାଣ୍ଡିଆ ଓ ରସି କିଣି ପିଇଥିଲେ । ପରେ ନିଶାଶକ୍ତ ଅବସ୍ଥାରେ ହାଟପଡ଼ିଆର ଗୋଟିଏ ପାଶ୍ୱର୍ରେ ପଡ଼ିରହିଥିଲେ । ହାଟ ସରିବା ପରେ ମଧ୍ୟ ଯମୁନା ଘରକୁ ଯାଇନଥିଲେ । ତେଣୁ ପୁଅବୋହୂ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ମୁଁ ପରେ ଯିବି କହି ଯମୁନା ସେଠାରେ ଶୋଇ ରହିଥିଲେ । ରାତି୯ଟା ବେଳେ ଘରକୁ ନଯିବାରୁ ପୁଣି ଥରେ ଡାକିବାକୁ ଆସିଥିଲା ବୋହୂ । ହେଲେ ସେଠାରେ ଯମୁନାଙ୍କୁ ନପାଇ ଘରକୁ ଯାଇଥିବ ଭାବି ଫେରି ଆସିଥିଲେ । ସକାଳେ ଘରେ ନପାଇ ପୁଅମାନେ ଯମୁନାଙ୍କୁ ଖୋଜା ଖୋଜି କରଥିଲେ । ପରେ ଲକ୍ଷ୍ମଣ ଖବର ପାଇ ହାଟପଡ଼ିଆକୁ ଯିବାରୁ ମା’ର ମୁଣ୍ଡ ନଥିବା ଶରୀର ଦେଖିଥିଲା । ଖବର ପାଇ ଆଇଆଇସି ରଞ୍ଜନ ସେଠୀ ଓ ଉପଖଣ୍ଡ ପୁଲିସ ଅ%ôକାରୀ ସୁଦର୍ଶନ ଗାଙ୍ଗୋଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୃଦ୍ଧାର ମୁଣ୍ଡ ବିହୀନ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରି ରଖିଥିଲେ । ବାରିପଦାରୁ ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଆସି ଅନୁସନ୍ଧାନ କରଛନ୍ତି । ହେଲେ ଘଟଣାର କୌଣସି ସୁରାକ ମିଳିନାହିଁ । ସନ୍ଧାନି କୁକୁର ବାଲିଭୋଳ ବନ୍ଧ ପାଖରେ ପହଞ୍ଚିବା ପରେ ପୋଖରୀରେ ମୁଣ୍ଡ ପଡ଼ିଥିବ ବୋଲି କରଞ୍ଜିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି । ପୁଅଲକ୍ଷ୍ମଣର କହିବା ଅନୁଯାୟୀ ଗତ ଏକ ସପ୍ତାହ ପୂର୍ବରୁ ନିକଟସ୍ଥ ଜାମୁନାଳିଆ ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାମରେ ବୃଦ୍ଧା ଯମୁନା ଯାଇଥଲେ । ସେଠାରେ କିଛି ଲୋକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଗତ ୨ ଦିନ ପୂର୍ବରୁ ବୃଦ୍ଧାଙ୍କୁ ଅନ୍ଧାରରେ କେତେକ ବ୍ୟକ୍ତି ଆକ୍ରମଣ କରିଥିଲେ । ପୁଅର ବୟାନକୁ ଭିତ୍ତି କରି ପୁଲିସ ୨ ଜଣ ସନ୍ଦଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚୁରା ଜାରି ରଖିଛି । ଏ ସମ୍ବନ୍ଧରେ ଥାନାରେ ଏକ ମକଦ୍ଧମା ୧୭୭ ନମ୍ବରରେ ରୁଜୁ ହୋଇଥିବା ଜଣାଯାଇଛି ।

ରିପୋର୍ଟ ଘାଷିରାମ ବେହେରାଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons