
ରାଇଘର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜଙ୍ଗଲକଟାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀଗାଁ ଅଞ୍ଚଳରେ ମାଓବାଦୀମାନେ ଲଗାଇଛନ୍ତି ବ୍ୟାନର ଓ ଲିଫ୍ଲେଟ୍ । ରାଇଘରରୁ ୧୫ କିଲୋମିଟର ଦୂର ହାତୀଗାଁ ଯିବା ମୁଖ୍ୟରାସ୍ତା କଡ଼ରେ ଲାଗିଛି ଏହି ପୋଷ୍ଟର । ବ୍ୟାନରରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ଜଙ୍ଗଲ କାଟକୁ ବିରୋଧ କରି ମାଓବାଦୀମାନେ ଏହି ବ୍ୟାନର ଓ ଲିଫ୍ଲେଟ ଲଗାଇଛନ୍ତି । ଦୀର୍ଘ ଦିନ ପରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ସ୍ଥିତି ଜାହିର କରିଛନ୍ତି । ଜଳ, ଜଙ୍ଗଲ, ଜମି ଓ ଜନତାଙ୍କ ଅଧିକାର । ଏହାକୁ ରକ୍ଷା କରିବା ପାଇଁ ଗ୍ରାମସଭା କରି ନିୟମ ଲାଗୁ କରିବା ଏବଂ ଜଙ୍ଗଲ କାଟୁଥିବା କାଠ ମାଫିଆମାନଙ୍କୁ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପୋଷ୍ଟର ମରାଯାଇଥିବା କେତେକ ସ୍ଥାନରେ ଟିଫିନ୍ ଏବଂ ତାର ଥିବାରୁ ଅଞ୍ଚଳବାସୀ ଏଠାରେ ମାଓବାଦୀମାନେ ବୋମା ଖଞ୍ଜିଥାଇ ପାରନ୍ତି ବୋଲି ସନେ୍ଦହ କରୁଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ଅର୍ଥାତ୍ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ମରାଯାଇଥିବା ପୋଷ୍ଟରଗୁଡିକ ଜାନୁଆରୀ ମାସର ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.