ହାତୀ ଆକ୍ରମଣରେ ଚାଷୀ ମୃତ: ଘଟଣା ସ୍ଥଳରେ ଉତ୍ତେଜନା

Get real time updates directly on you device, subscribe now.

ଢ଼େଙ୍କାନାଳ: ପୁଣି ହାତୀ ଆକ୍ରମଣରେ ଚାଷୀ ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପାଣିଗେଙ୍ଗୁଟିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଛି। ପରଜଙ୍ଗ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଯୋଗୁଁ ଚାଷୀମାନଙ୍କର ମୃତ୍ୟୁ ଘଟୁଥିବାରୁ ଉତ୍ତେଜନା ଦେଖାଯାଇଛି।
ମହାବିରୋଡ ରେଞ୍ଜ ପାଣିଗେଙ୍ଗୁଟିଆ ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ପରଜଙ୍ଗ ଥାନା ପାଣିଗେଙ୍ଗୁଟିଆ ଗାଁର ଫକୀର ଭୋଇ। ସୂଚନା ମୁତାବକ ଫକୀର ସକାଳୁ ପାଣିଗେଙ୍ଗୁଟିଆ ଗ୍ରାମ ନିକଟସ୍ଥ ଅସନନାଳୀ ଅଞ୍ଚଳର ଚାଷ ଜମିକୁ ନଡ଼ା ବାନ୍ଧି ଯାଇଥିଲେ । ତେବେ ବିଲରେ ନଡ଼ା ବନ୍ଧୁଥିବାବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons