ହାତୀ ଆକ୍ରମଣରେ ନାବାଳକ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ଛେଣ୍ଡିପଦା,(ବି.ବି.ନୁ୍ୟଜ): ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ନାବାଳକର ପ୍ରାଣହାନି ଘଟିଛି । ମୃତ ନାବାଳକର ସହଯୋଗୀ ଗୁରୁତର ଆହତ ହୋଇ ମରଣ ସହ ସଂଘର୍ଷ କରୁଛି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ମୃତ ନାବାଳକ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ପୁଅ ଶ୍ରୀକାନ୍ତ ଏବଂ ଆହତ ତାଙ୍କର ସହଯୋଗୀ ରମେଶ ଚନ୍ଦ୍ର ସାହୁଙ୍କ ପୁଅ ଚନ୍ଦନ ବୋଲି ଜଣାପଡ଼ିଛି । ଚନ୍ଦନ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ପ୍ରକାଶ ଯେ, ଶ୍ରୀକାନ୍ତ ଓ ଚନ୍ଦନ ସମେତ ୫ ଜଣ ସାଙ୍ଗ ଗତକାଲି ସନ୍ଧ୍ୟାରେ ଗାଁ’ ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ଗତ କିଛି ଦିନ ହେଲା ଏହି ଦନ୍ତା ସ୍ଥାନୀୟ ଇଲାକାରେ ଉପଦ୍ରବ ଚଳାଇଛି । ଅନ୍ୟ ତିନି ଜଣ ଜୀବନ ବିକଳରେ ଖସି ଆସିଥିବା ବେଳେ ଶ୍ରୀକାନ୍ତ ଓ ଚନ୍ଦନଙ୍କୁ ଲହୁଲୁହାଣ କରିଦେଇଥିଲା ଦନ୍ତା । ସହଯୋଗୀଙ୍କଠାରୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି କଣିହାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅନୁଗୁଳରେ ଶ୍ରୀକାନ୍ତଙ୍କର ମୃତୁ୍ୟ ହୋଇଥିବା ବେଳେ ଚନ୍ଦନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ସେପଟେ ହାତୀ ଉପଦ୍ରବକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ହାତୀ ଘଉଡ଼ାଇବା ଏବଂ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ମହିଳାମାନେ ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଭାରପ୍ରାପ୍ତ ରେଂଜ୍ ଅଫିସର୍ ପ୍ରତାପ ଚନ୍ଦ୍ର ରାଉଳ ଓ ଛେଣ୍ଡିପଦା ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାମଲ ମହିଳାମାନଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ହଟିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons