ହାତୀ ଆକ୍ରମଣରେ ବୃଦ୍ଧ ମୃତ

Get real time updates directly on you device, subscribe now.

ଗାଇସିଲାଟ,(ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଖଲିଆମୁଣ୍ଡା ଗାଁରେ ଆଜି ସକାଳେ ଏକ ହାତୀ ଜନବସତି ନିକଟକୁ ଆସି ଆତଙ୍କ ସୃଷ୍ଟି କରିଛି । ଖେତକୁ ଯାଇଥିବା ସମୟରେ ଗାଁର ଦେବେନ୍ଦ୍ର ବଢେ଼ଇ (୬୦)ଙ୍କୁ ଦଳି ଦେଇଛି । ସେହିପରି ହରେକୃଷ୍ଣ ବଢେ଼ଇଙ୍କ ଏକ ଗୋରୁକୁ ମାରିଦେଇଛି । ମେଲଛାମୁଣ୍ଡା ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତଙ୍କ ନିଦେ୍ର୍ଧଶ କ୍ରମେ ଏସ୍ଆଇ ପ୍ରମୋଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା ପଠାଇଛନ୍ତି । ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଘେଁସ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମେଲଛାମୁଣ୍ଡା ବନପାଳ ରମେଶ ପଧାନ, ସୋହେଲା ବନପାଳ ରାଜେନ୍ଦ୍ର ସିଂ, ବନରକ୍ଷୀ ଅଭିଶେକ ସାହୁ, ଏଲିଫେଣ୍ଟ ସ୍କ୍ୱାଡ୍ ହାତୀକୁ ଖୋଜି ଝାଞ୍ଜ ପାହାଡ଼ ପଟକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ମଙ୍ଗଳବାର ରାତିରେ ୩ ଘରିଆ ହାତୀ ପଲ ଗାଇସିଲାଟ ପଟରୁ ଚାଲି ଆସିଥିଲେ । ୨ଟି ହାତୀ ଝାଞ୍ଜ ପାହାଡ଼କୁ ଚାଲିଯାଇଥିବା ବେଳେ ଗୋଟିଏ ହାତୀ ଏକୁଟିଆ ରହି ଖଲିଆମୁଣ୍ଡା ଗାଁର ଦେବେନ୍ଦ୍ର ବଢେ଼ଇଙ୍କ ଖେତରେ ଘୁରି ବୁଲୁଥିଲା । ସେହି ସମୟରେ ଦେବେନ୍ଦ୍ର ଖେତକୁ ଯିବାରୁ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons