ହାତୀ ଆକ୍ରମଣରେ ମହିଳାଙ୍କ ମୃତୁ୍ୟ

Get real time updates directly on you device, subscribe now.

କାମାକ୍ଷାନଗର : ପୁଣି ଦନ୍ତା ଆକ୍ରମଣରେ ଗଲା ଜୀବନ । ମହାବୀରରୋଡ୍ ରେଞ୍ଜ ଜାମୁନାଳୀ କେନାଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ରେଣ୍ଠାପାଟ ପଞ୍ଚାୟତ ପାଣି ଗେଙ୍ଗୁଟିଆ ଗ୍ରାମର କୁମ ବେହେରା । ସୋମବାରଠାରୁ କୁମ ଧାନ କାଟିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । ମଙ୍ଗଳବାର ତାର ମୃତଦେହ ଜାମୁନାଳୀ ଗ୍ରାମ କେନାଲ ନିକଟରେ ଦେଖିବାକୁ ପାଇଥିଲେ । ପାରିପାର୍ଶ୍ବିକ ପରସ୍ଥିତିରୁ ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ବିଳମ୍ବରେ ବନ ବିଭାଗ ପହଞ୍ଚିବା ଯୋଗୁ ସାମାନ୍ୟ ଉତ୍ତେଜନା ଲାଗି ରହିଥିଲା । ମୃତକ ପରିବାରକୁ ତରନ୍ତ ସହାୟତା ରାଶି ଯୋଗାଇ ଦେବା ଓ ନରହନ୍ତା ଦନ୍ତାକୁ ଏ ଅଞ୍ଚଳରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକମାନେ ଦାବି କରିଛନ୍ତି । ମହାବୀରରୋଡ୍ ରେଞ୍ଜର ସହାୟତା ରାଶି ଓ ତୁରନ୍ତ ସ୍ଥାନାନ୍ତର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons