
ଢେଙ୍କାନାଳ : ଓଡାପଡା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନ ହଳଦିବାହାଳି ପାହାଡ ତଳେ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଗୋଟିଏ ମାଇ ହାତୀ ଆତଙ୍କ ଖେଳାଉଛି । ରାଜପଥ କଡରେ ଥିବା ଗୋଟିଏ ଦୋକାନ ଘର ହାତିଟି ଗତ କାଲି ରାତିରେ ଭାଙ୍ଗି ଦେଇଥିବା ଜଣାପଡିଛି । ମାତ୍ର ଦୋକାନ ଭିତରେ ଥିବା ସେହି ଗ୍ରାମର ସୁକଦେବ ବେହେରା ଅଳ୍ପକେ ବର୍ତିଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ, ଭୋର ୫ ଟା ସମୟରେ ଗୋଟିଏ ମାଇ ହାତୀ ପାହାଡରୁ ଖସି ଆସି ୫୫ ନଂ ଜାତୀୟ ରାଜପଥ କଡରେ ଥିବା ସୁକଦେବଙ୍କ ଦୋକାନ ପଛପଟକୁ ପଳାଇ ଆସିଥିଲା । ହାତୀ ଆସିବା ଜାଣିପାରି ସେ ଦୋକାନ ଭିତରୁ ଡେଇଁ ପଳାଇ ଯାଇଥିଲେ। ହାତୀଟି ଚାଳିଆ ଭାଙ୍ଗିବା ସହିତ ଦୋକାନରେ ଥିବା ବିଭିନ୍ନ ଜିନିଷପତ୍ର ଫିଙ୍ଗା ଫୋପଡା କରିଦେଇଥିଲା ।
Comments are closed, but trackbacks and pingbacks are open.