ହାତୀ ଉପଦ୍ରବ: କାନ୍ଥ ପଡି ବୃଦ୍ଧାଙ୍କ ଜୀବନ ଗଲା

Get real time updates directly on you device, subscribe now.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର କିର୍ମିରା ଓ କୋଲାବିରା ବ୍ଲକରେ ହାତୀ ଉପଦ୍ରବ । ଗତ ମାସେ ମଧ୍ୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଯାହାକି ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥା ପାଲଟିଗଲାଣି । ହାତୀ ଉପଦ୍ରବରେ କାନ୍ଥ ପଡି , ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି ।
କୋଲାବିରା ବ୍ଲକର ବିଭିନ ଗାଁରେ ହାତୀ ଉପଦ୍ରବ ଜାରି ରହିଛି । ଅଞ୍ଚଳର ଅନେକ ଘର ଭାଙ୍ଗିବା ସହ ଫସଲ ହାନି ମଧ୍ୟ ହୋଇଛି । ସେହିପରି ଆଜି ପୁଣି କିର୍ମିରା ବ୍ଲକ ଭଉଁରା ଗାଁରେ ହାତୀ ୪ଟି ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ହାତୀ ଉପଦ୍ରବରେ ଘର କାନ୍ଥ ପଡିଯାଇଛି , ଯାହାଫଳରେ କି ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହେବ ବୋଲି ସୂଚନା ରହିଛି । .ତାଙ୍କ ନାମ ଯମୁନା ବେହେରା ବୋଲି ଜଣାପଡିଛି । ତେବେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଲାଇକେରା ପୋଲିସ।
ସେପଟେ ଗାଁ ଓ ଆଖପାଖ ଅଞ୍ଚଳରେ ୩ଟି ଜଙ୍ଗଲୀ ହାତୀ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବା ଉଦ୍ୟମ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons