ହାତୀ ଘର ଭାଙ୍ଗିଲା, କାନ୍ଥ ପଡ଼ି ବୃଦ୍ଧ ମୃତ

Get real time updates directly on you device, subscribe now.

ବାରଡୁଙ୍ଗୁରୀ,(ବି.ବି.ନ୍ୟୁଜ୍): ସମ୍ବଲପୁର ରେଙ୍ଗାଲି ରେଞ୍ଜ ତଥା ଶାସନ ଥାନା ତବଡ଼ାବାହାଲ ପଞ୍ଚାୟତ କୁଦୋମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଘର କାନ୍ଥ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଲଦର ମୁଣ୍ଡା (୬୪) । ଖବର ପାଇ ଫରେଷ୍ଟର୍ ନରୋତ୍ତମ ପରିଡ଼ା ଓ ପରମାଣପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ ଗଡ଼ନାୟକ, ସରପଞ୍ଚ ଗୋପାଳ ଓରାମ, ସାମାଜିକ କର୍ମୀ କୁଳମଣି ମିର୍ଦ୍ଧା ପହଞ୍ôଚଥିଲେ । ଲଦରଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରେଙ୍ଗାଲି ରେଞ୍ଜର୍ ହରିହର ପାତ୍ର ଘଟଣାସ୍ଥଳକୁ ପହଞ୍ôଚ ମୃତକଙ୍କ ପତ୍ନୀ ଗୁରୁବାରୀଙ୍କୁ ୪୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସୂଚନାନୁସାରେ ଗତ ରାତି ଏକ ହାତୀ ଧାନ ଚାଉଳ ଖାଇବାକୁ ଘରେ ପଶିବାକୁ ଉଦ୍ୟମ କରିଥିଲା । ଲଦର ବାରଣ୍ଡାରେ ଶୋଇଥିଲେ । ହାତୀ ଆକ୍ରମଣରେ ଘର କାନ୍ଥ ଭୁଶୁଡ଼ି ଲଦରଙ୍କ ଉପରେ ପଡ଼ିଥିଲା । ଘଟଣାସ୍ଥଳରେ ଲଦରଙ୍କ ମୃତ୍ୟୁ ହୋଇଥିଲା । ବନ କର୍ମଚାରୀ ପହଞ୍ôଚ ହାତୀକୁ ଘଉଡ଼ାଇ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons