ହାତୀ ମୃତଦେହ ଉଦ୍ଧାର, ୨ ଗିରଫ

Get real time updates directly on you device, subscribe now.

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବନଖଣ୍ଡ ଗଜରାଜଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ଗତ ଫେବ୍ରୁଆରୀରେ କର୍ଲାପାଟ ଅଭୟାରଣ୍ୟରେ ସେଫ୍ଟିସେମିଆରେ ଆକ୍ରାନ୍ତ ହୋଇ ୭ଟି ହାତୀ ପ୍ରାଣ ହରାଇଥିଲେ । ତେବେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଶିକାରୀ ଓ ତସ୍କରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗତ ୧୨ ତାରିଖ ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ବ୍ଲକ୍ ସାଇସୁର୍ଣ୍ଣି ସେrନ୍ କରଡ଼ାପଦର ବିଟର ରାଣୀବାହାଲି ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ଏହି ଘଟଣାରେ ଥୁଆମୂଳ ରାମପୁର ରେଞ୍ଜ ପକ୍ଷରୁ ସୁରୁମୁଣ୍ଡି ଗାଁର ସାନି ମାଝୀ ଓ ରାୟଗଡା ଜିଲ୍ଲା କଲ୍ୟାଣସିଂପୁରର ପ୍ରଶାନ୍ତ କୌଶଲ୍ୟାକୁ ଗିରଫ କରାଯାଇଛି । ବିଭାଗ ପକ୍ଷରୁ ଦକ୍ଷିଣ ବନଖଣ୍ଡ ଅ%ôକାରୀ ଟି.ଅଶୋକ କୁମାର ଏସଂକ୍ରାନ୍ତରେ ରବିବାର ଏକ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ।
ସୂଚନା ଅନୁଯାୟୀ ସ୍ଥାନୀୟ ସୁରମୁଣ୍ଡି ଗାଁର ଦାନ ମାଝୀ ନାମକ ଜଣେ ଅଭିଯୁକ୍ତ ହାତୀଟିକୁ ହତ୍ୟା କରିବା ପରେ ୨ଟି ହାତୀଦାନ୍ତ ଘରେ ଲୁଚାଇ ରଖିଥିଲା । ଯାହା ବନ ବିଭାଗ ତଦନ୍ତ ବେଳେ ଉଦ୍ଧାର କରିଛି । ସେପଟେ ମୃତ ହାତୀର ଶବ ବ୍ୟବଚ୍ଛେଦ ସହ ମୃତୁ୍ୟର କାରଣ ଜାଣିବା ପାଇଁ ତା’ର ନମୁନା କଟକସ୍ଥିତ ଏଡିଆର୍ଆଇ ଓ ଭୁବନେଶ୍ୱର ଓୟୁଏଟି ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଅଭିଯୁକ୍ତ ଦାନ ମାଝୀ ରାୟଗଡା ଜିଲ୍ଲା ମୁଚୁକୁନ୍ଦ ଅଞ୍ଚଳକୁ ଫେରାର ହୋଇଥିବା ଜଣାପଡିଛି । ରାୟଗଡା ଫରେଷ୍ଟ ଡିଭିଜନ୍ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ ଜାରି ରଖିଥିବା ଡିଏଫ୍ଓ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons