କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳର ବିବାଦୀୟ ରେଞ୍ଜର କାଶିନାଥ ହେମ୍ବ୍ରମ୍ଙ୍କୁ ହାତୀ ମୃତୁ୍ୟ ଘଟଣାରେ ଦାୟୀ କରାଯାଇଛି । ମୁଖ୍ୟ ବନ ସଂରକ୍ଷକ ଡ.ସନ୍ଦିପ ତ୍ରିପାଠୀ ଶ୍ରୀ ହେମ୍ବ୍ରମ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଦୀର୍ଘଦିନ ବ୍ୟବଧାନରେ ହାତୀ ମୃତୁ୍ୟ ଘଟଣାରେ ଜଣେ ରେଞ୍ଜରଙ୍କ ପ୍ରତି କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ଚର୍ଚ୍ଚାର ବିଷୟ ହୋଇଛି । ନିଲମ୍ବନ ସମୟରେ ସେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ଆଦେଶ ରହିଛି । ୧୦ ଦିନ ବିତିଥିଲେ ମଧ୍ୟ ମୃତ ହାତୀର ଦାନ୍ତକୁ ବନବିଭାଗ ଠାବ କରିବାରେ ବିଫଳ ଉଚ୍ଚ ଅଧିକାରୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।
କେନ୍ଦୁଝରରେ ହାତୀଙ୍କ ଅସୁରକ୍ଷିତ ହୋଇପଡିଛି ବୋଲି କୁହାଯାଉଛି । କାରଣ ୪ଟି ହାତୀ ମଧ୍ୟରେ ୩ଟି ଦନ୍ତା ହାତୀ ମରିଛନ୍ତି । ପ୍ରଥମେ ମେ’ମାସ ୫ ତାରିଖରେ ଚମ୍ପୁଆ ବନାଞ୍ଚଳର କାଶିଆ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ମିଳିଥିଲା । ଯାହାକି ହାତୀ ମରିବାର ଅନେକ ଦିନ ପରେ ଏହା ପଦାକୁ ଆସିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାତୀର ମୃତଦେହ ମିଳିବା ପରେ ଦାନ୍ତ ପାଇଁ ଶିକାରୀମାନେ ହାତୀକୁ ଶିକାର କରିଥିବା ଚର୍ଚ୍ଚା ହୋଇଥିବା ବେଳେ ବନବିଭାଗ ଏହାର ଲିଙ୍ଗ ଜାଣିନପାରି ଚପାଇ ଦେବା ଉଦେ୍ଧଶ୍ୟରେ ହାତୀ ଶରୀରର ନମୁନା ପରୀକ୍ଷାଗାରକୁ ପଠାଇଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ତାହା ସ୍ପଷ୍ଟ ହୋଇପାରିନି । ଏ ଘଟଣା ପରେ ବନବିଭାଗ ପ୍ରତି ସନେ୍ଦହ ସୃଷ୍ଟି ହୋଇଥିଲା ।
ତାପରେ ଚମ୍ପୁଆ ରେଞ୍ଜରେ ପୁଣି ଏକ ଦନ୍ତାର ମୃତଦେହ ସେହି ମେ’ମାସ ୨୪ ତାରିଖ ମିଳିଥିଲା । ଦୁଇ ହାତୀ ମୃତୁ୍ୟ ଘଟଣା ଥମିନଥିବାବେଳେ ପୁଣି ଜୁନ୍ ୧୪ ତାରିଖ ସେହି ଚମ୍ପୁଆ ରେଞ୍ଜର ଗୁରୁବେଡା ଜଙ୍ଗଲରୁ ୨ଟି ହାତୀଙ୍କ ମୃତଦେହ ମିଳିଥିଲା । ସେଥିମଧ୍ୟରୁ ଗୋଟିଏ ଦନ୍ତା ଓ ଅନ୍ୟଟି ମାଈ ହାତୀ । ତେବେ ଦନ୍ତା ହାତୀର ଦାନ୍ତ ଗାଏବ ହୋଇଯାଇଥିଲା । ତେଣୁ ଦାନ୍ତ ପାଇଁ ହାତୀ ଶିକାର କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତଦନ୍ତ କରାଯାଇ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ସେମାନଙ୍କ ନିକଟରୁ କୌଣସି ହାତୀଦାନ୍ତ ମିଳିନାହିଁ ।
ଉଲ୍ଲେଖ ଯେ, ଗୋଟିଏ ବନାଞ୍ଚଳରେ ମାତ୍ର ଅଢେ଼ଇମାସ ମଧ୍ୟରେ ୪ଟି ହାତୀ ମରିବା ଚିନ୍ତାର ବିଷୟ ହୋଇଛି । ଘଟଣା ପରଦିନ ଅତିରିକ୍ତ ବନ ସଂରକ୍ଷକ ଶଶୀ ପାଲ୍, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଭଞ୍ଜକିଶୋର ସ୍ୱାଇଁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଜଙ୍ଗଲରୁ ୧୧ କେଭି ବିଦୁ୍ୟତ୍ କାର ସହ ରଡ୍ ବାଇଣ୍ଡିଂ ତାର ଜବତ କରାଯାଇଥିଲା । ଏହାପରେ ଯୋଡା ସେକ୍ସନର ଫରେଷ୍ଟର ପିଅନ ନାଏକ ଓ ଜୁରୁଡି ବିଟ୍ର ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ଡିଏଫ୍ଓ ନିଲମ୍ବିତ କରିଥିଲେ । ତେବେ ତଳତଳିଆ କର୍ମଚାରୀଙ୍କୁ ଫସାଇ ଅନ୍ୟମାନେ ଖସିଯାଉଥିବାର ଚର୍ଚ୍ଚା ଚାଲିବା ପରେ ବନବିଭାଗ ପାଇଁ ଚିନ୍ତା ବଢିଥିଲା । ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ରିପୋର୍ଟ ମୁଖ୍ୟ ବନ ସଂରକ୍ଷକଙ୍କୁ ଦେବା ପରେ ଚମ୍ପୁଆ ରେଞ୍ଜର ଶ୍ରୀ ହେମ୍ବ୍ରମ୍କୁ ହାତୀ ମୃତୁ୍ୟ ଘଟଣାରେ ଦାୟୀ କରାଯାଇଛି । ରେଞ୍ଜର କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ପିସିସିଏଫ ନିଲମ୍ବନ କରିଛନ୍ତି ।
Comments are closed, but trackbacks and pingbacks are open.