ହାତୀ ମୃତୁ୍ୟ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାଡ୍ ନିଲମ୍ବିତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ଦୁଇ ହାତୀଙ୍କ ମୃତୁ୍ୟ ଘଟଣାରେ ଯୋଡ଼ା ସେକ୍ସନର ଫରେଷ୍ଟର ଓ ଜୁରୁଡ଼ି ବିଟର ଫରେଷ୍ଟ ଗାଡ୍ଙ୍କୁ ନିଲମ୍ବନ କରାଯାଇଛି । କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ ଏହି ସୂଚନା ଦେଇଛନ୍ତି । ଫରେଷ୍ଟରଙ୍କ ନାଁ ପିଅନ ନାଏକ ହୋଇଥିବା ବେଳେ ଫରେଷ୍ଟ ଗାଡ୍ ହେଉଛନ୍ତି ଦୋଳ ଗୋବିନ୍ଦ ଦେଓ । ଗତ ଶନିବାର ରାତିରେ ଯୋଡ଼ା ସେକ୍ସନର ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାରୁ ଦୁଇଟି ହାତୀକୁ ବିଦୁ୍ୟତ୍ ତାର ବିଛାଇ ହତ୍ୟା କରାଯାଇଥିଲା । ଏହା ସହ ହାତୀ ଦୁଇଟିର ଦାନ୍ତକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ । କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି । ଗତ ୧୪ ତାରିଖରେ ଯୋଡ଼ା ଅଞ୍ଚଳରେ ଦୁଇଟି ହାତୀର ମୃତୁ୍ୟ ଘଟିଥିଲା । ଫରେଷ୍ଟର ଓ ଫରେଷ୍ଟ ଗାଡ୍ ଡୁ୍ୟଟିରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ସେଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons