ଭୁବନେଶ୍ବର : ହାତୀ ମୃତ୍ୟୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ୪ ହାତୀଙ୍କ ମୃତ୍ୟୁ ହେବା ପରେ ନନ୍ଦନକାନନରେ ବୈଷୟିକ ଟିମର ବୈଠକ । ବୈଠକରେ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଡାକ୍ତରୀ ଟିମ୍ ଉପସ୍ଥିତ ଅଛନ୍ତି । ନନ୍ଦନକାନନ ସହ ନିର୍ଦ୍ଦେଶକ ଜୟନ୍ତ ଦାଶ କହିଛନ୍ତି ପୂର୍ବରୁ ହର୍ପିସ୍ ନେଇ ୟୁଏସଏର ସ୍ମିଥ୍ ସୋନିଅନ୍ ପାର୍କ ସହ ଆଲୋଚନା ହୋଇଥିଲା । କେରଳ ଓ ଆସାମ ବନ ବିଭାଗ ସହ ମଧ୍ୟ ସମ୍ପର୍କ କରାଯାଇଥିଲା ।
ଓୟୁଏଟିର ଡାକ୍ତରୀ ଟିମ୍ ପହଞ୍ଚିବା ପରେ ‘ଗୌରୀ’ର ହେବ ପୋଷ୍ଟମର୍ଟମ୍ । ମାସେ ଭିତରେ ନନ୍ଦନକାନନରେ ୪ଟି ହାତୀ ପ୍ରାଣ ହରାଇଛନ୍ତି । ଏବେ ୨ ବର୍ଷର ହାତୀ ‘ମାମା’ ପ୍ରତି ହର୍ପିସ ସଂକ୍ରମଣ ବିପଦ ରହିଛି ।
Comments are closed, but trackbacks and pingbacks are open.