ହାତୀ ଶାବକର ମୃତଦେହ ଠାବ

Get real time updates directly on you device, subscribe now.

ମ.ରାମପୁର,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧୀନ କମର୍ଦା ସେrନ ଓ ବିଟ୍ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ କରାଯାଇଛି । ଖବରପାଇ ନର୍ଲା ବନ ବିଭାଗ, ରେଞ୍ଜର ନୃତରାଜ ମାଝୀ, ଡିଏଫ୍ଓ ଉତ୍ତରାଖଣ୍ଡ ବନ ବିଭାଗ କଳାହାଣ୍ଡି ନିତେଶ କୁମାର, ସିଇଏଫ୍ ବଂଶୀଧର ସ୍ୱାଇଁ ଓ ଗଜାନନ ଲାଡେ, କମର୍ଦା ବନାଞ୍ଚଳ ଫରେଷ୍ଟର ନବୀନ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଶାବକକୁ ବ୍ୟବଚ୍ଛେଦ କଲା ପରେ ଗାତ ଖୋଳି ପୋତିଦିଆଯାଇଛି । ହାତୀ ଶାବକଟି ମୃତାବସ୍ଥାରେ ଜନ୍ମ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି ନର୍ଲା ରେଞ୍ଜର ନୃତ୍ୟରାଜ ମାଝୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons