ହାତୀ ହାବୁଡ଼ରେ ପଡି ଜୀବନ ହାରିଲେ ଯୁବକ

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ମେଡିକାଲ ଯାଉଥିବା ବାଟରେ ହାତୀ ହାବୁଡ଼ରେ ପଡି ଜୀବନ ହାରିଲେ ଯୁବକ । ଏପରି ଏକ ଦୁଃଖଦ ଘଟଣା ସୋମବାର ବିଳମ୍ବିତ ରାତିରେ ଢେ଼ଙ୍କାନାଳ ଜିଲ୍ଲା ହିନେ୍ଦାଳନ ରେଞ୍ଜ ଜାମୁଚକଡା ଗ୍ରାମରେ ଘଟିଛି । ମୃତକ ହେଲେ ଜାମୁଚକଡା ଗ୍ରାମର ଦୁର୍ଯ୍ୟଧାନ ନାୟକ । ସୋମବାର ବିଳମ୍ବିତ ରାତିରେ ଜରୁରୀ ଚିକିତ୍ସା ପାଇଁ ଦୁର୍ଯ୍ୟଧନ ଅନ୍ୟ ଜଣଙ୍କ ସାଙ୍ଗରେ ବାଇକ୍ରେ ବସି ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଯାଉଥିଲେ । କିନ୍ତୁ ଗାଁଠାରୁ ଅଳ୍ପ ବାଟ ଆସିବା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ । ଜୀବନ ବିକଳରେ ବାଇକ୍ ବୁଲାଇ ପଳାଉଥିବା ବେଳେ ପଛରେ ବସିଥିବା ଦୁର୍ଯ୍ୟଥନଙ୍କୁ ହାତୀ ଶୁଣ୍ଢରେ ଟାଣି ଆଣି କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ଘଟିଛି । ବାଇକ୍ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons