ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାଓ ଦମନ ଅଭିଯାନରେ ଓଡିÿଶା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ଦୁର୍ଦ୍ଧାନ୍ତ ମାଓନେତା ଦୁବାସି ଶଙ୍କର ଓରଫ୍ ରମେଶ ଓରଫ୍ ଅରୁଣ ଓରଫ୍ ଆର୍ଏମ୍ ଓରଫ ମହେଶ ଏବେ ପୁଲିସ କବଜାରେ ଅଛି । କୋରାପୁଟ ବୈପାରୀଗୁଡ଼ା ଜଙ୍ଗଲରୁ ପୁଲିସ୍ ତାକୁ ଅସୁସ୍ଥ ଥିବା ବେଳେ କାବୁ କରିଛି । ସେ ଆନ୍ଧ୍ର-ଓଡିÿଶା ବର୍ଡର ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଥିଲା । ୨୦୧୦ରୁ ଷ୍ଟେଟ୍ ମିଲିଟାରି କମିଶନ ସଦସ୍ୟ ଭାବେ କାମ କରୁଥିଲା । କୋରାପୁଟ ମାଲ୍କାନଗିରି ସହ ବିଶାଖାପାଟନମ୍ରେ ଅନେକ ହିଂସାକାଣ୍ଡ ଓ ନରହତ୍ୟାରେ ତା’ର ସମ୍ପୃକ୍ତି ରହିଛି ।
ମାଓବାଦୀ ନେତା ତଥା ଏଓବିଏସ୍ଜେଡ୍ସି ସଚିବ ଗଣେଷ ଏନେଇ ଏକ ଅଡିଓ ଜାରି କରିଛନ୍ତି । ସେ କହିଛନ୍ତି, ଆମର ୨ ସାଥୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଗୁରୁତର ଅଛନ୍ତି । ମାଲକାନଗିରି ସୀମାନ୍ତ ତଥା କୋରାପୁଟ ଜିଲ୍ଲା ବୈପାରିଗୁଡା ଜଙ୍ଗଲରୁ ଧରିଛନ୍ତି । ଗଣେଷ ଦାବି କରିଛନ୍ତି, ତୁରନ୍ତ ୨ ମାଓବାଦୀକୁ କୋର୍ଟରେ ହାଜର କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ।
ପୁଲିସ ମହାନିଦେ୍ର୍ଧଶକ ଅଭୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୧୨ ତାରିଖରେ ପେଟାଗୁଡ଼ା ଓ ନୋଆରୋ ଗାଁର ଜଙ୍ଗଲ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିଲା । ସ୍ପେଶାଲ ଅପରେସନ ଗ୍ରୁପ (ଏସ୍ଓଜି), ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ ଜିଲ୍ଲା ସ୍ୱେଚ୍ଛାକୃତ ବଳ (ଡିଭିଏଫ୍) ମିଳିତ ଭାବେ ଏହି ଅପରେସନରେ ଶଙ୍କରକୁ କାବୁ କରିଛନ୍ତି । ତା’ ପାଇଁ ପୁଲିସ୍ ପୂର୍ବରୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଆଗକୁ ତାକୁ ରିମାଣ୍ଡରେ ଆଣାଯିବ ।
ଏହି ହାର୍ଡକୋର ମାଓବାଦୀ ୭ଟି ଆକ୍ରମଣରେ ସମ୍ପୃକ୍ତ ଥିଲା । ସେ ୧୫ ଜଣରୁ ଅଧିକ ନିରୀହ ଲୋକ ଓ ପୁଲିସଙ୍କୁ ହତ୍ୟା କରିଥିଲା । ତା’ ନିକଟରୁ ଇନସାସ ରାଇଫଲ, ୧୦ ଅଫୁଟା ଗୁଳି, ୱେୟାରଲେସ୍ ରେଡିଓ ମୋବାଇଲ୍ ଫୋନ ଓ ୩୫ ହଜାର ଟଙ୍କା ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି । ଶଙ୍କରକୁ ମିଶାଇ ଏବର୍ଷ ମୋଟ ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇ ସାରିଛି ।
ସେ ୧୯୮୭ରେ ମାଓ ସଂଗଠନ ସହ ଜଡ଼ିତ ହେଲା । ତେଲେଙ୍ଗାନା ରାଜ୍ୟର ଇନ୍ଦ୍ରପୁରିୟାଲ ଏରିଆ କମିଟିରେ ସଦସ୍ୟ ସାଜିଲା । ଏହାପରଠୁ ମାଓ ପାଇଁ ବଡ଼ ବଡ଼ ମିଶନରେ ତାକୁ ପଠା ଯାଉଥିଲା । ୨୦୦୩ରେ ସେ ସ୍ପେଶାଲ ଜୋନାଲ କମିଟି ସଦସ୍ୟକୁ ପଦୋନ୍ନତି ପାଇବା ସହ ଆନ୍ଧ୍ର-ଓଡିÿଶା ବର୍ଡର ପାଇଁ କାମ କରିବାକୁ ଲାଗିଲା । ଏହା ପରଠୁ ଶଙ୍କର ଅଧିକ ଆକ୍ରମଣାତ୍ମକ ହୋଇ ପଡିÿଥିଲା ।


Comments are closed, but trackbacks and pingbacks are open.