ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

Get real time updates directly on you device, subscribe now.

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ଓ ହିଞିଳିକାଟୁ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ ହିଞିଳିକାଟୁ ବ୍ଲକ କାର୍ୟ୍ୟାଳୟରେ ସମବାୟ ବିଭାଗର ସମସ୍ତ ସଂପାଦକ ଓ ବିଭାଗୀୟ ଅଧିକାରୀ ଓ ବୃନ୍ଦାବନ ବିଦ୍ୟାପୀଠ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଏହା ପରେ ଶେରଗଡ ବ୍ଲକରେ ପହଞ୍ଚି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ।ଏହା ପରେ ଶେରଗଡ ବ୍ଲକର ପିତ୍ତଳ ହାଇସ୍କୁଲରେ ପହଞ୍ଚି ଡିଜିଟାଲ କ୍ଲାସ ରୁମ୍ ବୁଲି ଦେଖିଥିଲେ। ସ୍କୁଲର ଭିତ୍ତିଭୂମି ଓ ପାଠ ପଢା ସଂପର୍କରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସରକାରୀ ସ୍କୁଲରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ ସ୍ବାଗତ କରିଛନ୍ତି। ସ୍ବତନ୍ତ୍ର ସଚିବଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆସି ତଦାରଖ କରିଥିଲେ। ସଚିବଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ତହସିଲଦାର ପୋଲିସ ପ୍ରଶାସନ ଏବଂ ବ୍ଲକ ଅଧକ୍ଷ ରାଜ ନେତା ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons