ହିରୋ ଇଲେକ୍ଟ୍ରିକ୍ର ନୂଆ ଇ-ସ୍କୁଟର ଡ୍ୟାସ୍

Get real time updates directly on you device, subscribe now.

ନୂଆଦିଲ୍ଲୀ:ହିରୋ ଇଲେକ୍ଟ୍ରିକ୍ ଏକ ନୂଆ ଇ-ସ୍କୁଟରର ବଜାର ପ୍ରବେଶ କରାଇଛି । ହିରୋ ଇଲେକ୍ଟ୍ରିକ୍ ଡ୍ୟାସ୍ ନାମକ ଏହି ଗାଡିର ଦାମ୍ ୬୨,୦୦୦ ଟଙ୍କା ରହିଛି । ଗୋଟିଏ ପୂର୍ଣ୍ଣ ଚାର୍ଜରେ ଏହା ୬୦ କିଲୋମିଟର ଯିବ ବୋଲି କମ୍ପାନି ପ୍ରକାଶ କରିଛି । ହିରୋ ଡ୍ୟାସ୍ରେ ୨୮ ଏଏଚ୍ ଲିଥିୟମ୍ ଆୟନ୍ ବ୍ୟାଟେରି ରହିଛି । ଗୋଟିଏ ଫୁଲ୍ ଚାର୍ଜ ହେବାକୁ ୪ ଘଣ୍ଟା ସମୟ ଲାଗିବ । ଏହି ସ୍କୁଟରରେ ଏଲ୍ଇଡି ଡିଆର୍ଏଲ୍, ଏଲ୍ଇଡି ହେଡ୍ଲାଇଟ୍, ଡିଜିଟାଲ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୟୁଏସ୍ବି ଚାର୍ଜିଂ ପୋର୍ଟ, ଟ୍ୟୁବ୍ଲେସ୍ ଟାୟାର ଏବଂ ସିଟ୍ ତଳେ ଥିବା ଡିକ୍କି ପାଇଁ ରିମୋଟ୍ ଆକ୍ସେସ୍ ସୁବିଧା ଦିଆଯାଇଛି ।ଏବେ ଦେଶବ୍ୟାପୀ ହିରୋ ଇଲେକ୍ଟ୍ରିକ୍ର ୬୧୫ ଟଚ୍ପଏଣ୍ଟ ଅଛି । ୨୦୨୦ ସୁଦ୍ଧା ଏହାକୁ ୧ ହଜାରରେ ପହଞ୍ଚାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଆସନ୍ତା ୩ ବର୍ଷରେ କମ୍ପାନି ପ୍ରତିବର୍ଷ ୫ ଲକ୍ଷ ଉତ୍ପାଦନ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons