ହୀରାକୁଦ ଜଳଭଣ୍ଡାରରେ ଜାରି ହେଲା ୭୮ ଦିନିଆଁ କଟକଣା

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ମାର୍ଚ୍ଚ ମାସରେ କରୋନା ପାଇଁ ଲକ୍ ଡାଉନ୍ ଲାଗୁ ହେବା ଦିନରୁ ମାଛଧରା ବନ୍ଦ ପଡ଼ିଥିଲା । ପ୍ରାୟ ୩ ମାସ ଧରି ଜୀବିକା ଠପ୍ ହେବାରୁ ଘରେ ଚୂଳି ଜଳିବା ବି କଷ୍ଟକର ହୋଇପଡ଼ିଥିଲା । ହେଲେ ଚଳିତ ମାସ ଆରମ୍ଭରୁ କିଛିଟା ଉପôାଦନ ଚାଲିଥିଲା । କିନ୍ତୁ, ଦିନକ ପରେ ଆସନ୍ତା ୧୫ ତାରିଖରୁ ପୁଣି ୭୮ ଦିନ ଧରି ହୀରାକୁଦ ଜଳଭଣ୍ଡାରରେ ପ୍ରଜନନ ପାଇଁ ମାଛଧରାକୁ ସଂପୂର୍ଣ ନିଷେଧ କରିବାକୁ ମତ୍ସ୍ୟ ବିଭାଗ ନିଦେ୍ର୍ଧଶନାମା ଜାରି କରିଛି । ଏପରିକି ଏହି ସମୟ ମଧ୍ୟରେ ମାଛ ଧରିଲେ ଧରପଗଡ କରି କାର୍ଯ୍ୟାନୁÂାନ ପାଇଁ ସ୍କ୍ୱାର୍ଡ ବି ଗଠନ କରିସାରିଛି । ଏଭଳି ସ୍ଥିତିରେ ପେଟକୁ ଦାନା ଗଣ୍ଡେ କେଉଁଠୁ ମିଳିବ ସେନେଇ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ପ୍ରାୟ ୧୫ ହଜାର ମତ୍ସ୍ୟଜୀବୀ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ସେପଟେ, ବିନା ଉପôାଦନରେ ବିଭାଗ ପ୍ରତି ମତ୍ସ୍ୟ ସମବାୟ ସୋସାଇଟିକୁ ଚଳିତବର୍ଷ ଲିଜ୍ ଅର୍ଥ ଦାଖଲ କରିବାକୁ ଚାପ ପ୍ରୟୋଗ କରୁଥିବାରୁ କର୍ତ୍ତୃପକ୍ଷ ବି ଉପାୟଶୂନ୍ୟ ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ମେରାଇନ୍ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଦିଆଯାଉଥିବା ସହାୟତା ଏଠାରେ ମଧ୍ୟ ଲାଗୁ କରିବାକୁ ଦାବି ହୋଇଛି ।
ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରି ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ମତ୍ସ୍ୟଜୀବୀ ପରିବାର ନିଜର ପେଟପାଟଣା ଚଲାଇ ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ପଞ୍ଜିକୃତ ମତ୍ସ୍ୟଜୀବୀଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ହେବ । ଏହି ପଞ୍ଜିକୃତ ମତ୍ସ୍ୟଜୀବୀ ତିନି ଜିଲ୍ଲାରେ ଥିବା ୧୦ଟି ମତ୍ସ୍ୟ ସମବାୟ ସମିତି ଜରିଆରେ ନିୟନ୍ତ୍ରିତ ହେଉଛନ୍ତି । ଏବର୍ଷ କେବଳ ସମ୍ବଲପୁର ଜିଲ୍ଲାରେ ଜଳଭଣ୍ଡାରରୁ ୨୪.୯୫୫ ମେଟ୍ରିକ୍ ଟନ୍ ଉପôାଦନ ହୋଇଥିବା ବେଳେ ଏହା ଗତବର୍ଷ ଠାରୁ ୧୦ ପ୍ରତିଶତ ଅଧିକ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଠାରୁ ପ୍ରକାଶ । ତେବେ, ମାର୍ଚ୍ଚ ୨୧ ତାରିଖ ଠାରୁ ଜିଲ୍ଲାରେ ଲକ୍ ଡାଉନ୍ ଲାଗୁ ହୋଇଥିବା ବେଳେ ସାରା ଦେଶରେ ୨୫ ତାରିଖରୁ ଲାଗୁ ହୋଇଥିଲା । ଆଉ ୨୧ ତାରିଖରୁ ହିଁ ଜାଲରେ ତାଲା ପଡିଗଲା ।
ଯୋଗାଣ ତଥା ବିକ୍ରି ସମସ୍ୟା ଯୋଗୁଁ ମତ୍ସ୍ୟଜୀବୀଙ୍କ ମାଛ ଧରା ସଂପୂର୍ଣ ବନ୍ଦ ହୋଇଗଲା । ମଇ ଶେଷ ଯାଏ ଜଳଭଣ୍ଡାର ମତ୍ସ୍ୟଜୀବୀଶୂନ୍ୟ ହୋଇଯାଇଥିଲା । ଦୀର୍ଘ ୩ ମାସ ଧରି ଜୀବିକା ଠପ୍ ହେବାରୁ ପରିବାର ମୁହଁରେ ଦାନା ଦେବା ବି କଷ୍ଟକର ହୋଇପଡିଥିଲା । ସରକାର ସବୁ ବର୍ଗ ପାଇଁ ଅନେକ ପ୍ୟାକେଜ୍ ଘୋଷଣା କରିଥିଲେ ହେଁ ଏମାନେ ସବୁ ପ୍ୟାକେଜ୍ରୁ ବଞ୍ଚିତ ହୋଇଥିଲେ । ଏଭଳି ସ୍ଥିତିରେ ଚଳିତ ମାସ ଆରମ୍ଭରୁ ପୁଣି ମାଛଧରା ଆରମ୍ଭ ହେବା ପରେ କିଛିଟା ଆଶ୍ୱସ୍ତି ମିଳିଥିଲା । କିନ୍ତୁ, ମଙ୍ଗଳବାରରୁ ଆସନ୍ତା ଅଗଷ୍ଟ ୩୧ ଯାଏ ମାଛର ଅଣ୍ଡା ଦେବା ସମୟ ଥିବାରୁ ମାଛଧରାକୁ ସଂପୂର୍ଣ ନିଷେଧ କରାଯାଇଛି । ଆଉ ଏହି ନିଦେ୍ର୍ଧଶନାମାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ସ୍କ୍ୱାର୍ଡ ବି ଗଠନ କରାଯାଇଛି ।
ଫଳରେ ପୁଣି ୩ ମାସ ଧରି ମାଛମରା ବନ୍ଦ ରହୁଥିବାରୁ ୧୫ ହଜାର ମତ୍ସ୍ୟଜୀବୀ ପରିବାର ଗୋର ଚିନ୍ତାରେ ପଡ଼ିଗଲେଣି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ରୋଜଗାର ବ୍ୟବସ୍ଥା ବି କରାଯାଉନାହିଁ । ଏପରିକି କେନ୍ଦ୍ର ସରକାର ଗତ ମାସରେ ଅନେକ ରିବୁଟ୍ ପ୍ୟାକେଜ୍ ଘୋଷଣା କରିଥିଲେ ହେଁ ଏମାନଙ୍କ ଭାଗରେ କିଛି ପଡିନାହିଁ । ସରକାର ପ୍ରତିବର୍ଷ ଏଭଳି ଅଢେଇ ମାସ ଧରି କଟକଣା ଲାଗୁ କରୁଥିବା ବେଳେ ଏମାନଙ୍କ ବିକଳ୍ପ ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି । ସେପଟେ, ଉପକୂଳରେ ଏଭଳି କଟକଣା ସମୟରେ ମତ୍ସ୍ୟଜୀବୀଙ୍କୁ ମାଗଣାରେ ୩୫ କେଜି ଚାଉଳ ଏବଂ ମାସିକ ୧୫ ଶହ ଟଙ୍କା ଦିଆଯାଉଥିବା ବେଳେ ଏଠିକାର ମତ୍ସ୍ୟଜୀବୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏନେଇ ୫ ବର୍ଷ ତଳୁ ବିଭିନ୍ନ ମତ୍ସ୍ୟ ସମବାୟ ସୋସାଇଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ।
ହୀରାକୁଦ ନିକଟସ୍ଥ ମହମ୍ମଦପୁର ସୋସାଇଟିର ସଂପାଦକ ବିଶିକେସନ ମିର୍ଦ୍ଧା କହିଛନ୍ତି ଯେ, ୩ ମାସ ହେଲା ମାଛ ଉପôାଦନ ବନ୍ଦ ଥିବାରୁ ଟଙ୍କା ଟିଏ ବି ମତ୍ସ୍ୟଜୀବୀଙ୍କ ଠାରୁ ରୟାଲଟି ଆଦାୟ ହୋଇନାହିଁ । ହେଲେ ଲିଜ୍ ବାବଦକୁ ୬୧ ହଜାର ୬ ଶହ ଟଙ୍କା ଦେବାକୁ ସୋସାଇଟି ଉପରେ ବିଭାଗ ପ୍ରବଳ ଚାପ ପକାଉଥିବା ବେଳେ କେଉଁଠୁ ଏହି ଟଙ୍କା ଆଣିବୁ ବୋଲି ପ୍ରଶ୍ନ କରିଛନ୍ତି । ତେବେ, ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କାଲୋ କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା ପ୍ରସଙ୍ଗରେ ସରକାରଙ୍କ ନିକଟକୁ ବର୍ଷକ ତଳେ ପ୍ରସ୍ତାବ ଯାଇଛି । ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ, ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons