ହୁ୍ୟଣ୍ଡାଇ ଇଣ୍ଡିଆର ୩ କର୍ମଚାରୀ ସଂକ୍ରମିତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ହୁ୍ୟଣ୍ଡାଇ ମୋଟର କମ୍ପାନିର ଭାରତୀୟ ପ୍ଲାଣ୍ଟରେ କାର୍ଯ୍ୟରତ ୩ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କମ୍ପାନି ପକ୍ଷରୁ ରବିବାର ସୂଚନା ଦିଆଯାଇଛି । ଲକ୍ଡାଉନ୍ ଯୋଗୁ ହୁ୍ୟଣ୍ଡାଇର ପ୍ଲାଣ୍ଟ ଦୁଇମାସ ଧରି ବନ୍ଦ ପଡ଼ିଥିଲା । କିଛିଦିନ ହେଲା ଏହା ପୁଣି ଖୋଲିଥିଲା । ପ୍ଲାଣ୍ଟରେ କାମ କରୁଥିବା ୩ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ୨-୩ ଦିନ ମଧ୍ୟରେ ସେମାନଙ୍କ ନମୁନା ରିପୋର୍ଟ ଫଳ ଆସିବ ବୋଲି ଜଣେ ବରିÂ ଅଧିକାରୀ ସୂଚନା ଦେଇଛନ୍ତି । ଜଣେ ବରିÂ ଅଧିକାରୀ କହିଛନ୍ତି, ଶିଳ୍ପକୁ କୌଣସିମତେ ବନ୍ଦ ହେବାକୁ ଦିଆଯିବ ନାହିଁ । ତେଣୁ ହୁ୍ୟଣ୍ଡାଇ ଇଣ୍ଡିଆ ପ୍ଲାଣ୍ଟ ବନ୍ଦ ହେବନାହିଁ । ଏହାକୁ ପରିଶୋଧନ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି । କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ୩ ଜଣ କର୍ମଚାରୀ ପ୍ଲାଣ୍ଟ ମଧ୍ୟରେ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ, ସେ ସ୍ଥାନଗୁଡ଼ିକୁ ସାନିଟାଇଜ୍ କରାଯାଉଛି । ଉକ୍ତ ଅଞ୍ଚଳକୁ କେହି କର୍ମଚାରୀ ଯେମିତି ନ ଯାଆନ୍ତି, ସେଥିପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons